Categories: ଜାତୀୟ

ଲୋକତନ୍ତ୍ର ଭାରତର ସଂସ୍କାର:ମୋଦି

ନୂଆଦିଲ୍ଲୀ,୧୦।୧୨: ଲୋକତନ୍ତ୍ର ଭାରତର ସଂସ୍କାର। ଏହା କେବେ ଶେଷ ହେବ ନାହିଁ। ସବୁବେଳେ ଏହା ଜାରି ରହିବ। ନୂଆ ସଂସଦ ଭବନର ଶିଳାନ୍ୟାସ କରି ଗୁରୁବାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ନୂଆ ସଂସଦ ଭବନ ଭାରତର ଆବଶ୍ୟକତା। ଏହା ଏକବିଂଶତମ ଶତାବ୍ଦୀରେ ଦେଶର ଆଶା ଏବଂ ଆକାଂକ୍ଷା ପୂରଣ କରିବାକୁ ସକ୍ଷମ ହେବ। ଲୋକତନ୍ତ୍ର ଦେଶର ବିକାଶକୁ ଶକ୍ତି ଯୋଗାଉଛି। ଭାରତ ସହିତ ଲୋକତନ୍ତ୍ରର ଅତୁଟ ସମ୍ପର୍କ ରହିଛି । ଏହା ଆତ୍ମନିର୍ଭର ଭାରତର ବିକାଶ ପଥକୁ ସୁଗମ କରିବ ବୋଲି ମୋଦି କହିଛନ୍ତି।

Share