Categories: ଜାତୀୟ

ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଛି: ରାଜ୍ୟପାଳଙ୍କ ଅଭିଯୋଗ

ନୂଆଦିଲ୍ଲୀ, ୨୯।୧୦: ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଛି ବୋଲି ରାଜ୍ୟପାଳ ଜଗଦୀପ୍‌ ଧନକର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ଏଭଳି କହିଛନ୍ତି। ସେ ଶାହାଙ୍କୁ ତାଙ୍କ ବାସଭବନରେ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟରେ ଲଗାତାର ଭାଜପା କର୍ମୀଙ୍କୁ ହତ୍ୟା କରାଯାଉଥିବା ଘଟଣା ନେଇ ରାଜ୍ୟପାଳ ଶାହାଙ୍କୁ ଜଣାଇଛନ୍ତି। ରାଜ୍ୟରେ ଅଲ୍‌ କାଏଦା ଭଳି ଆତଙ୍କବାଦୀ ସଂଗଠନର କାର୍ଯ୍ୟ କଳାପ ବଢୁଥିବା ରାଜ୍ୟପାଳ କହିଛନ୍ତି। ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବା ନେଇ ରାଜ୍ୟପାଳ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

Share