ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି

ଜଗତ୍‌ସିଂହପୁର,୧।୧୦ (ପ୍ରମୋଦ କୁମାର ନାୟକ): ଗୋଟିଏ ନିର୍ଦ୍ଦିଷ୍ଟ ବୟସକୁ ଯୁବକ କୁହାଯାଇ ନ ପାରେ। ଜାଣିବା ଓ ଶିଖିତ୍ବାର ଇଚ୍ଛା ଥିବା ଯାଏ ଅର୍ଥାତ୍‌ ପ୍ରଶ୍ନ ପଚାରୁଥିବା ପର୍ଯ୍ୟନ୍ତ ଜଣଙ୍କୁ ଯୁବକ ବୋଲି କୁହାଯାଇପାରିବ। ପ୍ରଶ୍ନ ପଚାରିବାର ଶକ୍ତି କେବଳ ମଣିଷଙ୍କଠାରେ ଥାଏ। ସଭ୍ୟ ସମାଜରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ସବୁଠାରୁ ଗଣତନ୍ତ୍ର ହେଉଛି ସର୍ବୋତ୍କୃଷ୍ଟ। ପ୍ରଶ୍ନ ପଚାରିବା ହେଉଛି ଏହାର ମଞ୍ଜି। ମାତ୍ର ଏବେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ପ୍ରଶ୍ନ ପଚାରିବା ଉପରେ ବାରଣ କରାଯାଉଛି। ଯେଉଁଠି ପ୍ରଶ୍ନ କରିହେଉନି ସେଠି ଗଣତନ୍ତ୍ର ନାହିଁ। ସେହିପରି ୫ ବର୍ଷରେ ଥରେ ଭୋଟ ଦେଇଦେଲେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଗଲା ବୋଲି ଭାବିବା ଉଚିତ ନୁହେଁ। ତେଣୁ ପ୍ରଶ୍ନ କରିବାର ପୂର୍ଣ୍ଣ ଅଧିକାରକୁ ଗଣତନ୍ତ୍ର ବୋଲି କୁହାଯିବ। ତେବେ ଦୁର୍ନୀତିରେ ନ ଥିବା ଯାଏ ପ୍ରଶ୍ନ କରିବା ସମ୍ଭବ ହୋଇଥାଏ ବୋଲି ଧରିତ୍ରୀର ୫୦ବର୍ଷ ଉପଲକ୍ଷେ ଜଗତ୍‌ସିଂହପୁରରେ ଶନିବାର ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ଆଲୋଚନାଚକ୍ରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ସେ ଆହୁରି କହିଛନ୍ତି, ଗଣମାଧ୍ୟମ ପ୍ରଶ୍ନ ପଚାରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମନେ କରିଆସୁଛି। ଏହି ଅଭିଯାନରେ ସମସ୍ତେ ସାମିଲ ହେବା ଉଚିତ। କିନ୍ତୁ ଗଣମାଧ୍ୟମ ଏବେ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ମିଛ ଖବର ପ୍ରକାଶ କରିବାକୁ କୌଣସି ଗଣମାଧ୍ୟମ ଚିନ୍ତା କରେ ନାହିଁ। କିନ୍ତୁ ଗଣମାଧ୍ୟମ ଗାତରେ ପଶିଛି। ସତ୍ୟ ଅସତ୍ୟ ଦୋଛକିରେ ଫସିଯାଇଛି। କାରଣ ସତ କିଏ କହୁଛି ତାହା ଜାଣିବା କଷ୍ଟକର ହୋଇପଡ଼ିଛି। ଆମ ପାଇଁ ଯାହା ସତ୍ୟ ତାହା ଅନ୍ୟମାନଙ୍କ ପାଇଁ ମିଛ ହୋଇପାରେ। ସତ୍ୟର ଏକ ବାସ୍ତବ ରୂପରେଖ ଦେବା କଷ୍ଟକର ହୋଇପଡୁଛି। ତଥାପି ସତ୍ୟ ଖବର ପରିବେଷଣ ପାଇଁ ପ୍ରୟାସ ଜାରି ରହିବା ଉଚିତ ଏବଂ ଧରିତ୍ରୀ ଏ ଦିଗରେ ଯଥେଷ୍ଟ ଯତ୍ନବାନ ବୋଲି ସମ୍ପାଦକ ସତପଥୀ କହିଛନ୍ତି।
ଜଗତ୍‌ସିଂହପୁରସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହିମା ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆଲୋଚ୍ୟ ବିଷୟକୁ ଉପସ୍ଥାପନ କରିଥିଲେ। ଧରିତ୍ରୀ ହେଉଛି ଭୂଦେବୀ। ସେ ସର୍ବଦା କଲ୍ୟାଣମୟୀ। ସେହିପରି ଧରିତ୍ରୀ ଖବରକାଗଜ ନିଜର ସ୍ବତନ୍ତ୍ରତା ବଜାଇ ରଖି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଗଣମାଧ୍ୟମ ବାସ୍ତବରେ ଜନତାଙ୍କ ପାଇଁ କାର୍ଯ୍ୟ କରେ। ଏହି ଦୃଷ୍ଟିରୁ ଧରିତ୍ରୀ ଅଗଣିତ ପାଠକମହଲରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯେତେବେଳେ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ନୀତି ଅବଲମ୍ବନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଅଗ୍ରସର ହେବ, ସେତେବେଳେ ଗଣତନ୍ତ୍ର ତା’ର ଶରଣାପନ୍ନ ହେବ। ଗଣତନ୍ତ୍ର ସଫଳତା କ୍ଷେତ୍ରରେ ଯୁବଶକ୍ତି ହେଉଛି ଶ୍ରେଷ୍ଠ ଶକ୍ତି। ମାତ୍ର ଏବେ ଯୁବଗୋଷ୍ଠୀକୁ ଧ୍ୱଂସ କରିବା ପାଇଁ ଉଦ୍ୟମ ଚାଲିଛି। ଯୁବଗୋଷ୍ଠୀ ବୁଝି ନ ପାରି ବିପଥଗାମୀ ହେଉଛନ୍ତି। ନୈତିକତା ଓ ଆଧ୍ୟାତ୍ମିକତାଠାରୁ ଦୂରେଇ ଯାଉଛ ବୋଲି ବାବା ସତ୍ୟାନନ୍ଦ କହିଛନ୍ତି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତି୍ୟକ ତଥା ଅବସରପ୍ରାପ୍ତ ପ୍ରଫେସର ଡ.ବୈଷ୍ଣବ ସାମଲ ଯୋଗଦେଇ କହିଛନ୍ତି, ଏ ମାଟିର ସନ୍ତାନମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ହେଉଛି ଧରିତ୍ରୀର ସ୍ବର। ସତ୍ୟର ପ୍ରତିଷ୍ଠା ଓ ଜନକଲ୍ୟାଣ ଗଣମାଧ୍ୟମର ଲକ୍ଷ୍ୟ ହେବା ଉଚିତ। ଯୁବ ଗୋଷ୍ଠୀ ପ୍ରଥମେ ନିଜକୁ ଚିହ୍ନନ୍ତୁ, ନିଜକୁ ଚିହ୍ନିଲେ ଗଣତନ୍ତ୍ରର ପ୍ରକୃତ ରୂପକୁ ଚିହ୍ନପାରିବେ। ଗଣତନ୍ତକୁ ଚିହ୍ନଲେ ସେମାନେ ଛଳନା ଓ ପ୍ରତାରଣାକୁ ଭୁଲି ଜଗତ ପାଇଁ କାମ କରିବେ। ଧରିତ୍ରୀର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ସଭା ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ଦୁଃଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନର କଳାକାରମାନଙ୍କ ଦ୍ୱାରା ଧରିତ୍ରୀ ପାଇଁ ସ୍ବତନ୍ତ୍ର ସଙ୍ଗୀତ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ଜିଲାର ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଜଗତ୍‌ସିଂହପୁରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ପକ୍ଷରୁ ଧରିତ୍ରୀ ସମ୍ପାଦକ ସତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବାହ୍ନରେ ଧରିତ୍ରୀ ସମ୍ପାଦକଙ୍କୁ ମା’ ଶାରଳାଙ୍କ ପୀଠରେ ପଣ୍ଡା ଓ ସେବାୟତମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri