ଲଣ୍ଡନ,୯।୯: ଭାରତର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଉପରେ ବଡ଼ ଧରଣର ଆକ୍ରମଣ ଚାଲିଛି, ଯାହାକୁ ନେଇ ୟୁରୋପୀୟ ସଂଘ(ଇୟୁ) ଚିନ୍ତିତ ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ତ୍ରିରାଷ୍ଟ୍ରୀୟ ୟୁରୋପ ଗସ୍ତରେ ଥିବା ରାହୁଲ ବେଲଜିୟମର ବ୍ରସେଲ୍ସ ପ୍ରେସ କ୍ଳବରେ ଖବରଦାତାମାନଙ୍କ ସହ ଭାବ ବିନିମୟ କରି ରୁଷିିଆ-ୟୁକ୍ରେନ ସଂଘର୍ଷ ସମେତ ବିଭିନ୍ନ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟ ସହ ବିରୋଧୀ ଦଳ ଏକମତ ଥିବା କହିଥିଲେ। ଏହି ଅବସରରେ ସେ ଜି୨୦କୁ ଏକ ଭଲ ପଦକ୍ଷେପ କହିବା ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସମ୍ମିଳନୀକୁ ନ ଡକାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।