Categories: ମେଟ୍ରୋ

କାର୍‌ ପାର୍କିଂ ପାଇଁ ବିଏମ୍‌ସିର ଉଚ୍ଛେଦ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ୟୁନିଟ୍‌-୨ ମାର୍କେଟ ବିଲଡିଂ ପାର୍ଶ୍ୱରେ ନିର୍ମାଣାଧୀନ ବହୁତଳ କାର୍‌ ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ ଉଠାଦୋକାନୀଙ୍କୁ ଶନିବାର ଉଚ୍ଛେଦ କରିଛି ବିଏମ୍‌ସି। ବେଆଇନ ନିର୍ମାଣ ଅଭିଯୋଗରେ ପୋଲିସ ସହାୟତାରେ ବୁଲ୍‌ଡୋଜର ଲଗାଇ ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ କରାଯାଇଛି। ଅନ୍ୟପକ୍ଷରେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛନ୍ତି ଉଠାଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମ୍‌ସି ଉଚ୍ଛେଦ କରିଥିବା କ୍ଷୁଦ୍ର ଉଠାଦୋକାନୀ ବ୍ୟବସାୟୀ ସଂଘ ଅଭିଯୋଗ କରିଛି।

Share