ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ୧୫ ତାରିଖରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଶୁକ୍ରବାରଠାରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ବାଲିସାହି ମୌଜାର ୩ଟି ଘରୋଇ ପ୍ଲଟ ଉଚ୍ଛେଦ ଲାଗି ପ୍ରଶାସନ ଯୋଜନା ରଖିଛି । କୋଭିଡ୍ ଗାଇଡ୍ଲାଇନକୁ ପାଳନ କରାଯାଇ ଏହି ଉଚ୍ଛେଦ କରାଯାଉଛି ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି ।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ