Categories: ଜାତୀୟ

ପ୍ରଦର୍ଶନର ବି ରହିଛି ସୀମା: ଶାହିନ୍‌ ବାଗ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୨: ଶାହିନ୍‌ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା। ଏହାଦ୍ୱାରା ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ହେଉଥିବା ନେଇ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିଲା। ଏହାର ବିଚାର କରି କୋର୍ଟ କହିଛନ୍ତି ଯେ, ପ୍ରଦର୍ଶନ ଗଣତନ୍ତ୍ରର ଅଂଶବିଶେଷ। ତେବେ ବି ଏହାର ଏକ ସୀମା ରହିଛି। ଯେକୌଣସି ସ୍ଥାନରେ ଲୋକେ ନିଜ ଇଛା ଅନୁସାରେ ପ୍ରଦର୍ଶନ କରି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଏସ୍‌.କେ, କାଉଲ୍‌, ଅନିରୁଦ୍ଧ ବୋଷ ଏବଂ କ୍ରିଷ୍ଣା ମୁରାରିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏହାକୁ ଖାରଜ କରିଛନ୍ତି। ଏନେଇ ୧୨ ଜଣ ଆବେଦନକାରୀ ୨୦୨୦ ଅକ୍ଟୋବରରେ ଏକ ପିଟିଶନ ଦାଖଲ କରିଥିଲେ। କୋର୍ଟଙ୍କ ପକ୍ଷରୁ ଶାହିନ୍‌ ବାଗ୍‌ ଧାରଣାକୁ ନ୍ୟାୟସଙ୍ଗତ ନୁହେଁ ବୋଲି କୁହାଯିବା ପରେ ଏହା ବିରୋଧରେ ପିଟିଶନ ଦାଖଲ କରାଯାଇଥିଲା।

Share