Advertisement

ପ୍ରସ୍ତାବିତ ବାର୍‌ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ଦେବଗଡ଼,୮।୯(ଡି.ଏନ୍‌.ଏ.) ଦେବଗଡ଼ ପୌରାଞ୍ଚଳ ୮ ନଂ. ୱାର୍ଡଠାରେ ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ବାର୍‌ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବୁଧବାର ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା ଅବକାରୀ କାର୍ଯ୍ୟାଳୟ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲା ଅବକାରୀ କାର୍ଯ୍ୟାଳୟକୁ ପହଞ୍ଚି ପ୍ରସ୍ତାବିତ ବିଦେଶୀ ମଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବିଭିନ୍ନ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share