Categories: ଜାତୀୟ

କୃଷକ ଆନ୍ଦୋଳନ: ଦିଲ୍ଲୀକୁ ଲାଗି ରହିଥିବା ଅଧା ଡଜନରୁ ଅଧିକ ସୀମା ସିଲ୍‌

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୩ କୃଷି ଆଇନକୁ ଫେରାଇ ନେବା ଦାବି କରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ କିଛି ରାଜ୍ୟର କୃଷକ ଗତ ୮ ଦିନ ହେବ ଧାରଣାରେ ବସିଛନ୍ତି । ଏମାନଙ୍କ ଧାରଣା ଯୋଗୁ ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶର ପାଖାପାଖି ଏକ ଡଜନରୁ ଅଧିକ ବର୍ଡରକୁ ସିଲ୍ କରି ଦେଇଛି ପ୍ରଶାସନ । ଏହାପରେ ସାଧାରଣ ଲୋକଙ୍କ ଗମନାଗମରେ ନାନା ବାଧା ଉପୁଜୁଛି । ଦିଲ୍ଲୀ-ଏନ୍‌ସିଆର୍‌ରେ ଯା’ଆସ ପାଇଁ ୱେକଲ୍ପିକ ମାର୍ଗ ରହିଛି ହେଲେ ଏହି ମାର୍ଗରେ ବି ଲୋକଙ୍କ ଯା’ଆସରେ ସମସ୍ୟା ଦେଖାଦେଇଛି । କୃଷକମାନେ ଟ୍ରାକ୍ଟର, ଟ୍ରଲି ଆଦିରେ ଜାତୀୟ ରାଜପଥରେ ବିରୋଦ ପ୍ରଦର୍ଶନ କରୁଥିବାରୁ ସାଧାରଣ ଲୋକେ ଯାତାୟାତ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Share