ଜେରୁଜେଲମ,୨୩।୭ : ବହୁ ସଂଖ୍ୟକ ବିକ୍ଷୋଭକାରୀ ଇସ୍ରାଏଲର ନ୍ୟାୟିକ ସଂସ୍କାର ବିଲ ବିରୋଧରେ ଏକ ରାଲି କରିଥିଲେ। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଆଲୋଡ଼ନ ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ ହେବ। ବିକ୍ଷୋଭକାରୀମାନେ କେନ୍ସେଟ ନିକଟରେ ଏକ ତମ୍ବୁ ସହର ସ୍ଥାପନ କରିଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ରବିବାର ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତାଙ୍କ ଛାତିରେ ବର୍ତ୍ତମାନ ପେସମେକର ଲଗାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରବିବାର ସକାଳେ ଏହି ସୂଚନା ଦେଇଛି। ଏହା କୁହାଯାଇଛି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସେଡେସନ ଅର୍ଥାତ ବେହୋସ ଭାବରେ ରଖାଯିବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ନେତାନ୍ୟାହୁଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ମଧ୍ୟ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ସେ ବେହୋସ ହୋଇଥିଲେ, କିନ୍ତୁ ଡାକ୍ତରଖାନାରେ ସମ୍ପୂର୍ଣ୍ଣ ସଚେତନ ଥିଲେ।