ୟୁକ୍ରେନ ସଙ୍କଟକୁ ନେଇ ହ୍ୱାଇଟ ହାଉସ ବାହାରେ ପ୍ରଦର୍ଶନ

ୱାଶିଂଟନ,୨୫ ।୨: ବେଳକୁ ବେଳ ଗମ୍ଭିର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଦ୍ୱିତୀୟ ଦିନରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭରେ ବଡ ଧରଣର ବିସ୍ଫୋରଣ କରିଛି । ଏହାକୁ ବିରୋଧ କରି ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଇଛି । ରୁଷିଅ-ୟୁକ୍ରେନ ସଙ୍କଟକୁ ନେଇ ହ୍ୱାଇଟ ହାଉସ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଛି । ପ୍ରଦର୍ଶନକାରୀ ୟୁକ୍ରେନକୁ ଆମେରିକା ସହଯୋଗ କରୁବୋଲି ସ୍ଲାଗାନ ଦେବା ସହ ଯୁଦ୍ଧକୁ ଯେତେ ସମ୍ଭବ ଶୀଘ୍ର ବନ୍ଦ କରିବାକୁ ଅପିଲ କରିଛନ୍ତି । ଏହି ସମସ୍ୟା ଉପରେ ଆମେରିକା ହସ୍ତକ୍ଷେପ କରିବାକୁ ପ୍ରଦର୍ଶନକାରୀମାନେ ଗୁହାରି କରିଛନ୍ତି । ଏମିତିକି କେତେଜଣ ପ୍ରଦର୍ଶନକାରୀ ଗଣମାଧ୍ୟମ ସାମ୍ନାରେ କାନ୍ଦୁଥିବା ଦେଖାଯାଇଛି । ୟୁକ୍ରେନରେ ସେମାନଙ୍କର ପ୍ରିୟ ପରିଜନ ଫସି ରହିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ପ୍ରଦର୍ଶନକାରୀମାନେ ଗୁହାରି କରିଛନ୍ତି । ଲାଫାୟେଟ ସ୍କୋୟାର ପାର୍କ ନିକଟରେ ଶହ ଶହ ପ୍ରଦର୍ଶନକାରୀଙ୍କୁ ଦେଖିବାକୁ ମିଳିଛି । ତେବେ ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପଡିବାକୁ ଯାଉଥିବା ବେଳେ ଏବେ ଏହି ସମସ୍ୟାକୁ ନେଇ ସାରା ବିଶ୍ୱ ଚିନ୍ତିତ ।

Share