ଡେଙ୍ଗୁ ସତର୍କତା

ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ଜ୍ୱର ବ୍ୟାପୁଥିବାର ଦେଖିବାକୁ ମିଳୁଛି। ମଶା ଦ୍ୱାରା ବ୍ୟାପୁଥିବା ଏହି ମାରାତ୍ମକ ରୋଗର ଚିକିତ୍ସା ବି କଷ୍ଟକର। ଏମିତିରେ ଏହି ରୋଗଠୁ ଦୂରେଇ ରହିବା ଲାଗି କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ…

ରୋଗର ବାହକ ହେଉଛି ଏଡିସ୍‌ ମଶା। ତେଣୁ ପ୍ରଥମେ ଏହି ମଶାର ବଂଶବୃଦ୍ଧି ରୋକିବାକୁ ଚେଷ୍ଟା କରନ୍ତୁ। ଅଧିକାଂଶ ଯୁବପିଢ଼ି ପ୍ଲାଷ୍ଟିକ୍‌ ବୋତଲ, ଆଇସ୍‌କ୍ରିମ୍‌ କପ୍‌, ଚିପ୍ସ ଜରି, ପଲିଥିନ୍‌, ଫୁଡ୍‌ କଣ୍ଟେନର୍‌ ଆଦି ଏଣେତେଣେ ଫିଙ୍ଗି ଦିଅନ୍ତି, ଯେଉଁଥିରେ ବର୍ଷାପାଣି ଜମି ରହିବା ସହ ମଶା ହୋଇଥାଏ। ତେଣୁ ଘର ଭିତରେ କିମ୍ବା ବାହାରେ ପାଣି ଜମି ରହୁଥିବା ସ୍ଥାନକୁ ଭଲଭାବେ ସଫା କରିଦିଅନ୍ତୁ।
ଝରକା ଖୋଲାରଖି ପ୍ରାକୃତିକ ପବନର ମଜା ନେବାକୁ ସମସ୍ତେ ଭଲ ପାଆନ୍ତି, ହେଲେ ବର୍ଷାଦିନେ ଅଧିକ ମଶା ହେଉଥିବାରୁ ଝରକା ବନ୍ଦ ରଖନ୍ତୁ କିମ୍ବା ଘରକାରେ ନେଟ୍‌ ନିଶ୍ଚୟ ଲଗାନ୍ତୁ ଯେପରି ମଶା ଘର ଭିତରକୁ ଆସିବେ ନାହିଁ।
ଯୁବପିଢ଼ି ଶର୍ଟ ଏବଂ ସ୍ଲିଭ୍‌ଲେସ୍‌ ଟ୍ରେଣ୍ଡି ଡ୍ରେସ୍‌ ଅଧିକ ପସନ୍ଦ କରନ୍ତି। ହେଲେ ମଶା କାମୁଡ଼ାରୁ ରକ୍ଷା ପାଇବା ଲାଗି ଯଥାସମ୍ଭବ ଫୁଲ ହ୍ୟାଣ୍ଡ ଶାର୍ଟ ଏବଂ ଫୁଲ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। କଲେଜ, କୋଚିଂ କିମ୍ବା ଅଫିସ୍‌ରେ ମଶା ହେଉଥିଲେ ଫୁଲ୍‌ ଜୋତା ମଧ୍ୟ ବ୍ୟବହାର କରନ୍ତୁ, ଯେପରି ପାଦକୁ ମଶା କାମୁଡ଼ିପାରିବେ ନାହିଁ।
ମଶାରି ଭିତରେ ଶୋଇବା ଆଦୌ ପସନ୍ଦ ନୁହେଁ । ହେଲେ ବ୍ୟାପୁଥିବା ଡେଙ୍ଗୁ ରୋଗର ଭୟାବହତାକୁ ଆଖିଆଗରେ ରଖି ଘରେ ଶୋଇବା ବେଳେ ମଶାରି ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ଘରକୁ ସନ୍ତସନ୍ତିଆ ଏବଂ ଅନ୍ଧାରିଆ ନ ରଖିବାକୁ ଚେଷ୍ଟା କରନ୍ତୁ। ଦିନବେଳା ଘରେ ସୂର୍ଯ୍ୟକିରଣ ପଡ଼ିଲେ ଖୁବ୍‌ ଭଲ। ସେହିପରି ପବନ ଚଳାଚଳ ହୋଇ ସମସ୍ତ ଜିନିଷପତ୍ର ଶୁଖିଲା ରହିବା ବି ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ମଶା ହେବେ ନାହିଁ।
ସ୍ଥଳେ ମସ୍କ୍ବିଟୋ ରିପେଲେଣ୍ଟ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ମଶା କାମୁଡ଼ାରୁ ସୁରକ୍ଷା ଦେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri