ଡେଙ୍ଗୁ ତଥ୍ୟ ଦେଉନାହାନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୭।୭(ଅଭିଜିତ ଦାସ) ମୌସୁମୀ ଆସିଲେ ରାଜ୍ୟରେ ବିଶେଷକରି ମ୍ୟାଲେରିଆ, ଡେଙ୍ଗୁ, ଟାଇଫଏଡ୍‌ ଭଳି ରୋଗ ବ୍ୟାପିଥାଏ। ଚଳିତବର୍ଷ ଏହାର ମୁକାବିଲା ପାଇଁ ବର୍ଷା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଚିକିତ୍ସା ଓ ମୃତ୍ୟୁଜନିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା। ହେଲେ ଘରୋଇ ହସ୍ପିଟାଲଗୁଡିକ ତଥ୍ୟ ଦେଉ ନ ଥିବାରୁ ରୋଗର ସ୍ଥିତି ସ୍ପଷ୍ଟ ହୋଇପାରୁନି। ଏଥିସହ ସରକାରୀ ସ୍ତରରେ ରୋଗର ମୁକାବିଲା ଲାଗି ସେପରି ସଫଳ ପଦକ୍ଷେପ ନିଆଯାଇପାରୁନି। ଏବେ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହରାଞ୍ଚଳରେ ଡେଙ୍ଗୁ କାୟା ମେଲୁଛି। ଖୋର୍ଦ୍ଧା ଜିଲା ଶୀର୍ଷରେ ରହିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଘରେ ଘରେ ଜ୍ୱର ବ୍ୟାପୁଛି। ଯେଉଁ ହସ୍ପିଟାଲକୁ ଯିବ ସେଠାରେ ଡେଙ୍ଗୁ ରୋଗୀ ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଡେଙ୍ଗୁରେ କେତେଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ଏହାକୁ ଖଣ୍ଡନ କରାଯାଉଛି। ସରକାରୀ ହସ୍ପିଟାଲରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉଥିଲେ ମଧ୍ୟ ଘରୋଇ ହସ୍ପିଟାଲ କ୍ଷେତ୍ରରେ ରିପୋର୍ଟ ଆସି ନ ଥିବା ବା ତଥ୍ୟ ଦିଆଯାଉ ନ ଥିବା କୁହାଯାଉଛି। ନିକଟରେ ଭୁବନେଶ୍ୱରରେ ଘଟିଥିବା ଏଭଳି ଦୁଇଟି ଘଟଣାରେ ମୃତକଙ୍କ ପରିବାର ଓ ରାଜ୍ୟବାସୀ ଏବେ ବି ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି। ଅନେକ ସମୟରେ ବିଏମ୍‌ସି ଓ ଜିଲା ପ୍ରଶାସନ ତଥ୍ୟରେ ତାଳମେଳ ରହୁ ନ ଥିବା ଦେଖାଯାଉଛି।
ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର ସରକାରୀ ହସ୍ପିଟାଲରେ ୧୮ ହଜାରରୁ ଊର୍ଦ୍ଧ୍ୱ ରକ୍ତ ନମୁନା ପରୀକ୍ଷା କରାଯାଇଛି। ହେଲେ ଘରୋଇ ହସ୍ପିଟାଲରେ କେତେ ଡେଙ୍ଗୁ ରୋଗୀଙ୍କ ରକ୍ତନମୁନା ପରୀକ୍ଷଣ କରାଯାଇଛି ସେନେଇ କୌଣସି ତଥ୍ୟ ନାହିଁ। ଅପରପକ୍ଷେ ରାଜ୍ୟରେ ୫୩୪ଟି ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିବାବେଳେ ଘରୋଇ ହସ୍ପିଟାଲରେ କେତେ ସଂଖ୍ୟକ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଛନ୍ତି, କେତେ ନମୁନା ପଜିଟିଭ୍‌ ଆସୁଛି ଓ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ। ଗତ କିଛିଦିନ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ୭ ବର୍ଷୀୟା ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଏନେଇ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ କୌଣସି ରିପୋର୍ଟ ନ ଆସିବାରୁ ବିଭାଗ ପକ୍ଷରୁ ଏକ ଟିମ୍‌ ଉକ୍ତ ହସ୍ପିଟାଲକୁ ଯାଇ ତଦନ୍ତ କରିଥିଲା। ହେଲେ ଶିଶୁ ମୃତ୍ୟୁ ଅନ୍ୟ କିଛି ରୋଗ ନା ଡେଙ୍ଗୁରେ ହୋଇଛି ତାହା ଏଯାଏ ସ୍ପଷ୍ଟ କରାଯାଇ ନାହିଁ। ଏପଟେ ଏଭଳି ବିଭିନ୍ନ କ୍ଷେତ୍ରରେ ଘରୋଇ ହସ୍ପିଟାଲଗୁଡିକ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ବେଖାତିର କରୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସେପରି ପଦକ୍ଷେପ ନିଆ ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପୂର୍ବରୁ ଘରୋଇ ଓ ସରକାରୀ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ଚଳିତ ମାସ ୫ ତାରିଖରେ ମଧ୍ୟ ଦ୍ୱିତୀୟଥର ନୋଟିସ୍‌ ହୋଇଥିଲା। ଏହାସତ୍ତ୍ୱେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଠିକ୍‌ ଭାବରେ ତଥ୍ୟ ଦେଉନାହାନ୍ତି। ଆଗାମୀ ଦିନରେ ଏଭଳି ଆଭିମୁଖ୍ୟ ଜାରି ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri