ବାଂଲାଦେଶରେ ଡେଙ୍ଗୁ ମୃତ୍ୟୁ ୧୦୦୦ ଟପିଲା…

ଢାକା,୩।୧୦ : ବାଂଲାଦେଶରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି। ଏଠାରେ ଚଳିତ ବର୍ଷ ଡେଙ୍ଗୁରେ ୧୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଲକ୍ଷରୁ ଅଧିକ ଲୋକ ଏହା ସଂକ୍ରମିତ ହୋଇଛନ୍ତି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ସରକାରୀ ଆକଳନରୁ ଜଣାପଡିଛି ୨୦୨୩ ମସିହାରେ ବାଂଲାଦେଶରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି।

ରିପୋର୍ଟରେ କୁହାଯାଇଛି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ଗୁଣା ଅଧିକ। ରିପୋର୍ଟରେ କୁହାଯାଇଛି ୨୦୨୩ର ପ୍ରଥମ ନଅ ମାସ ଜାନୁୟାରୀରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୧୭ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୯,୦୦୦ ଲୋକ ସଂକ୍ରମିତ ହୋଇଥିବାବେଳେ। ସେଥିମଧ୍ୟରୁ ୨୦୦୦ ଜଣ ଦ୍ୱିତୀୟ ଥର ଆକ୍ରାନ୍ତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କର ବୟସ ୧୫ ବର୍ଷ ଏବଂ ୧୧୨ ଜଣ ଶିଶୁ ଅଛନ୍ତି। ଦେଶର ଅଧିକାଂଶ ଡାକ୍ତରଖାନା ଆକ୍ରାନ୍ତମାନେ ଭର୍ତ୍ତି ହୋଇଛନ୍ତି। ଫଳରେ ସେମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାଁନ୍ତି। ସେମାନେ ଏଠାରୁ ସେଠାକୁ ବୁଲୁଛନ୍ତି। ସ୍ଥିତ ଅଣାୟତ ହେବାରେ ଲାଗିଛି।

 

Share