ବାଂଲାଦେଶରେ ଡେଙ୍ଗୁ ଅଣାୟତ୍ତ: ୩୯୮ ଜଣଙ୍କର ଯାଇସାରିଲାଣି ଜୀବନ, ଗୋଟିଏ ଦିନରେ ୧୧ ମୃତ

ଢାକା,୧୪ା୮: ବାଂଲାଦେଶରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଏଠାରୁ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଡେଙ୍ଗୁ ରୋଗରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ସଂଖ୍ୟା ଏବେ ୩୯୮ରେ ପହଞ୍ଚିଛି। ୨୯୦୫ରୁ ଅଧିକ ମାମଲା ଚିହ୍ନଟ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୧ରୁ ବର୍ତ୍ତମାନ ସୁଦ୍ଧା ଏଠାରେ ମୋଟ୍‌ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୫୪୧୧ରେ ପହଞ୍ଚିଛି। ଗତ ସପ୍ତାହରେ ସ୍ବାସ୍ଥ୍ୟ ଅଧିକାରୀମାନେ ଅଗଷ୍ଟ ଶେଷ ସୁଦ୍ଧା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଥିଲେ କିନ୍ତୁ ଏହି ଆକଳନ ଓଲଟା ଦେଖାଯାଉଛି ଏବଂ ଡେଙ୍ଗୁ ରୋଗ ଏକ ଭୟଙ୍କର ଚିତ୍ର ପ୍ରକାଶ କରୁଛି।

Share