ରାଜ୍ୟରେ ବଢ଼ୁଛି ଡେଙ୍ଗୁ , ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୫।୭: ରାଜ୍ୟରେ ଡେଙ୍ଗୁ ମାଡ଼ିଚାଲିଛି । ଧୀରେଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଏବେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୪ରେ ପହଞ୍ଚିଛି । ୧୭ ଜିଲାରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଖୋର୍ଦ୍ଧା ଜିଲା ଆଗରେ ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖୋର୍ଦ୍ଧା ଜିଲାରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ୧୦୯ରେ ରହିଛି । ଭୁବନେଶ୍ୱରରେ ଡେଙ୍ଗୁ ଅଣାୟତ ହେଉଛି । ରାଜଧାନୀ ଭୁବନେଶରରେ ୧୦୦ ପାର୍‌ କରିଛି ଡେଙ୍ଗୁ । ୧୨ ହଜାର ୪୮ ଟେଷ୍ଟ ମଧ୍ୟରୁ ୨୦୪ ପଜିଟିଭ ବାହାରିଛି। ଡେଙ୍ଗୁ ନିୟନ୍ତ୍ରଣ ଓ ଚିକିତ୍ସା ପାଇ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ମ୍ୟୁନିସିପାଲି କର୍ପୋପୋରେସନ କର୍ତ୍ତୃପକ୍ଷଙ୍କ ପାଇଁ ଏସଓପି ଜାରି କରାଯାଇଛି।

Share