୪୦ ହଜାର ଜୀବନ ନେଉଛି ଡେଙ୍ଗୁ

ମେ’ ୧୬ରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏଡିସ୍‌ ପ୍ରଜାତିର ମଶା ଏଡିସ ଏଜିପ୍ଟି ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରିବାର ୩ରୁ ୧୪ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ। ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ସହିତ ମାଂସପେଶୀ ଏବଂ ଆଣ୍ଠୁଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୁଏ। ଏହାର ଉପଯୁକ୍ତ ଚିକିତ୍ସା ନ କଲେ ଶେଷରେ ରୋଗୀର ମୃତ୍ୟୁ ଘଟିଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଡେଙ୍ଗୁ ପୃଥିବୀର ୧୨୦ରୁ ଅଧିକ ଦେଶରେ ମହାମାରୀର ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ପୃଥିବୀରେ ୩୯୦ ନିୟୁତ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ସେଥିମଧ୍ୟରୁ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ। ୧୬୩୫ରେ ପ୍ରଥମେ ଡେଙ୍ଗୁ ଜ୍ୱର ଓ୍ବେଷ୍ଟ୍‌ ଇଣ୍ଡିଜ୍‌ରେ ଦେଖାଦେଇଥିଲା। ୧୭୭୯-୮୦ରେ ଏହା ଏସିଆ, ଉତ୍ତରଆମେରିକା ଏବଂ ଆଫ୍ରିକାକୁ ବ୍ୟାପିଥିଲା। ୨୪୧ ବର୍ଷ ତଳେ ଡେଙ୍ଗୁ ଜ୍ୱର ସଂକ୍ରମଣ ଭାରତରେ ୧୭୮୦ ମସିହାରେ ପ୍ରଥମେ ଚେନ୍ନାଇଠାରେ ଦେଖାଦେଇଥିଲା। ୧୯୬୩-୬୪ରେ ଭାରତରେ ଡେଙ୍ଗୁ ଜ୍ୱର ମହାମାରୀ ରୂପ ନେଇ କୋଲକାତା ଏବଂ ଦେଶର ପୂର୍ବ ଉପକୂଳରେ ବହୁ ଲୋକଙ୍କୁ ଆକ୍ରାନ୍ତ କରିଥିଲା। ଏକ ସର୍ଭେ ଅନୁସାରେ ଏବି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଡେଙ୍ଗୁ ହେବାର ଆଶଙ୍କା ଅଧିକ ରହିଥାଏ।

Share