ଫୁଲ ପ୍ରତି ଆକର୍ଷିତ ହୁଅନ୍ତି ଡେଙ୍ଗୁ ମଶା

ଏବେ ଡେଙ୍ଗୁ ଅନ୍ୟତମ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଆରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇନେଲେ ଏଥିରୁ ଆରୋଗ୍ୟ ମିଳିପାରୁଛି। ହେଲେ ପରିସ୍ଥିତି ଜଟିଳ ଥିଲେ ତାହା ଅନେକ ସମୟରେ ମୃତ୍ୟୁର କାରଣ ସାଜିଥାଏ। ହେଲେ ଡେଙ୍ଗୁ ରୋଗ ସୃଷ୍ଟି କରୁଥିବା ମଶା ଫୁଲ ପ୍ରତି ଅଧିକ ଆକର୍ଷିତ ହୋଇଥାଆନ୍ତି ବୋଲି ଜଣାପଡିଛି। ଏଭଳି ରୋଚକ ତଥ୍ୟ ଲୋକଲୋଚକୁ ଆଣିଛନ୍ତି ୟୁନିଭର୍ସିଟି ଅଫ ଫ୍ଲୋରିଡାର ଡେଙ୍ଗୁ ବିଶେଷଜ୍ଞମାନେ। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ, ଯେଉଁ ସ୍ଥାନରେ ଫୁଲଗଛ ଅଧିକ ରହିଥାଏ ସେହି ସ୍ଥାନରେ ଡେଙ୍ଗୁ ମଶା ରହିଥାଆନ୍ତି। କେବଳ ସେତିକି ନୁହେଁ, ସେଠାରେ ସେମାନେ ନିଜର ବଂଶ ବିସ୍ତାର ମଧ୍ୟ କରିଥାଆନ୍ତି। ହେଲେ ଏହି ସର୍ଭେ ସହ ସେମାନେ ଏପରି ଏକ ରାସାୟନିକ ତରଳ ପଦାର୍ଥ ପ୍ରସ୍ତୁତ କରିଛନ୍ତି ଯାହାକୁ ଫୁଲଗଛ ଉପରେ ସିଞ୍ଚନ କଲେ ଡେଙ୍ଗୁ ମଶାମାନଙ୍କର ବଂଶବୃଦ୍ଧିକୁ ରୋକି ହେବ।