କାର୍ଯ୍ୟକାଳ ବୃଦ୍ଧିକୁ ଅସ୍ୱୀକାର

କେରଳ ସରକାରଙ୍କ ସ୍ଵତନ୍ତ୍ର ଅଧିକାରୀ (ବାହ୍ୟ ସହଯୋଗ)ଭାବେ ରାଷ୍ଟ୍ରଦୂତ ଭେନୁ ରାଜାମୋନିଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ଅପ୍ରତ୍ୟାଶିତ ଭାବରେ ଶେଷ ହୋଇଛି। ସେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦୁଇ ସପ୍ତାହର କାର୍ଯ୍ୟକାଳ ବୃଦ୍ଧିକୁ ପ୍ରତ୍ୟାଖ୍ୟାନ କରିବା ପରେ ଏଭଳି ଘଟିଛି। ଏହି ସମ୍ପ୍ରସାରଣ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିିବାକୁ ସ୍ଥିର ହୋଇଥିଲା। ସୂତ୍ରରୁ ପ୍ରକାଶ, ରାଜାମୋନି କେରଳ ରାଜ୍ୟପାଳଙ୍କୁ ୧୭ ସେପ୍ଟେମ୍ବର ୨୦୨୩ ସୁଦ୍ଧା ତାଙ୍କ ସେବା ବନ୍ଦ କରିବାକୁ ଅନୁମତି ମାଗିଥିଲେ। ଏକ ସରକାରୀ କାର୍ଯ୍ୟ ଶେଷ କରିବାକୁ ଉଦ୍ଦିଷ୍ଟ କାର୍ଯ୍ୟକାଳ ବୃଦ୍ଧି ଆଉ ପ୍ରାସଙ୍ଗିକ ନୁହେଁ ଏବଂ ତାଙ୍କର ଅଧିକ ୨ ସପ୍ତାହ ଦାୟିତ୍ୱରେ ରହିବା ଅନାବଶ୍ୟକ ବୋଲି ରାଜାମୋନିଙ୍କ ନିଷ୍ପତ୍ତିରୁ ପ୍ରତିପାଦିତ ହେଉଛି। କିନ୍ତୁ ତାଙ୍କର ଏହି ଅପ୍ରତ୍ୟାଶିତ ସିଦ୍ଧାନ୍ତ ଉପରେ କଳ୍ପନାଜଳ୍ପନା ଲାଗିରହିଛି । ରାଜାମୋନି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶେଷକରି ୟୁକ୍ରେନରୁ ଛାତ୍ରୀଛାତ୍ରଙ୍କୁ ଦେଶକୁ ଫେରାଇଆଣିବା, ଭିଏତ୍‌ନାମର କୋଚି ଏବଂ ହୋ ଚି ମିନି ସହର ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ସ୍ଥାପନ କରିବା ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ବିଦେଶୀ କୂଟନୀତିଜ୍ଞଙ୍କ ମଧ୍ୟରେ ସିଧାସଳଖ ବୈଠକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାସହ ନରୱେ, ବ୍ରିଟେନ, ଆମେରିକା ଏବଂ କ୍ୟୁବା ଭଳି ଦେଶକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ପାଇଁ ବ୍ୟବସ୍ଥା କରିଥିଲେ। କେରଳ ସରକାରରେ ଅବସ୍ଥାପିତ ହେବା ପୂର୍ବରୁ ରାଜାମୋନି ତାଙ୍କର ୩୪ ବର୍ଷ କ୍ୟାରିୟରରେ ଅନେକ ପ୍ରତିଷ୍ଠିତ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ ଦୁବାଇରେ ଭାରତର କନସୁଲ ଜେନେରାଲ, କେରଳକୁ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଦେଉଥିବା ସହାୟତାର ତଦାରଖ ପାଇଁ ଯୁଗ୍ମ ସଚିବ ଏବଂ ରାଷ୍ଟ୍ରପତିଭବନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରେସ ସଚିବ ଥିଲେ। ସେ ମଧ୍ୟ ନେଦରଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଥିଲେ।

ବିବାଦ ଭିତରେ ଦାୟିତ୍ୱ

ଚଳିତବର୍ଷ ପ୍ରାରମ୍ଭରେ କର୍ନାଟକରେ ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀ ଏବଂ ଆଇପିଏସ୍‌ ଅଧିକାରୀ ଡି. ରୁପା ମୌଡଗିଲ ମଧ୍ୟରେ ଚର୍ଚ୍ଚିତ ବିବାଦ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଏବେ ଉଭୟ ବରିଷ୍ଠ ଅଧିକାରୀ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଶାସନିକ ସୌହାର୍ଦ୍ଦ୍ୟ ଫେରାଇଆଣିବା ପାଇଁ ସେମାନଙ୍କୁ ନୂତନ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ରୋହିଣୀ ସିନ୍ଧୁରୀ କର୍ନାଟକ ଗେଜେଟିଅର ବିଭାଗରେ ମୁଖ୍ୟ ସମ୍ପାଦକ ପଦବୀ ଗ୍ରହଣ କରିଛନ୍ତି। ଏହି ସମୟରେ ଆଇପିଏସ୍‌ ଅଧିକାରୀ ଡି.ରୁପା ମୌଡଗିଲଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ (ଆଇଏସ୍‌ଡି)ରେ ପୋଲିସ ମହା ନିରୀକ୍ଷକ (ଆଇଜିପି) ପଦବୀକୁ ବଦଳି କରାଯାଇଛି। ଫେବୃୟାରୀରେ ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେହି ସମୟରେ ରୁପା କର୍ନାଟକ ରାଜ୍ୟ ହସ୍ତତନ୍ତ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଥିଲେ । ମୁଜରାଇ ବିଭାଗ କମିଶନର ଭାବରେ କାର୍ଯ୍ୟ କରୁଥିବା ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ରୁପା ଗୁରୁତର ଅଭିଯୋଗ ଆଣିଥିଲେ। ସେତେବେଳେ ସିନ୍ଧୁରୀ ଏହି ଅଭିଯୋଗକୁ ଅସ୍ବୀକାର କରି ଏଗୁଡ଼ିକୁ ଭିତ୍ତିହୀନ ବୋଲି କହିଥିଲେ। ଏହି ଦୁଇ ଅଧିକାରୀ ସେମାନଙ୍କର ନୂତନ ଭୂମିକାକୁ କିଭଳି ସଞ୍ଚାଳନ କରିବେ ତାହା ଦେଖିବାକୁ ବାକି ରହିଛି। ତେବେ ରୋହିଣୀ କର୍ନାଟକ ହାଇକୋର୍ଟରେ ରୁପାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାଏର କରିବା ପରେ ବିବାଦ ଏବେ ନ୍ୟାୟିକ ପରିସରରେ। ସମ୍ପ୍ରତି ଏହି ମାମଲାର ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କୋର୍ଟ ଏହି ମାମଲା ବନ୍ଦ କରିବାକୁ ମନା କରି ଦେଇଛନ୍ତି।

ଭଲ କାମରେ ବାଧା

ପ୍ରଶାସନିକ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ବଦଳି ଏକ ଅତ୍ୟାବଶ୍ୟକ ସାଧନ। ତେବେ ବହୁତ ଭଲ ପ୍ରଦର୍ଶନ କରୁଥିବା ବାବୁମାନଙ୍କୁ ବାରମ୍ବାର ବଦଳି କରିବା ବିଷୟ ଦେଖିବାକୁ ମିଳୁଛି। ନିକଟରେ ଉତ୍ତରପ୍ରଦେଶର ମିର୍ଜାପୁରର ଜିଲା ମାଜିଷ୍ଟ୍ରେଟ ଦିବ୍ୟା ମିତ୍ତଲଙ୍କ ବଦଳି ଏହାର ଏକ ଦୃଷ୍ଟାନ୍ତ ହୋଇପାରେ। ନିୟମିତ ଜଳ ଯୋଗାଣରୁ ବଞ୍ଚିତ ଏକ ଗାଁର ବାସିନ୍ଦାଙ୍କ ଜୀବନ ବଦଳାଇବା ପାଇଁ ସେ ସଫଳତାର ସହ ସେମାନଙ୍କ ଘରକୁ ପାଇପ ଜଳ ଯୋଗାଣକୁ ସୁଗମ କରିଥିଲେ। ଏଥିରେ ଗ୍ରାମବାସୀମାନେ ଖୁସି ହୋଇ ପାଇପ ଜଳର ଯୋଗାଣକୁ ନେଇ ଏକ ଉତ୍ସବ ପାଳନ କରିଥିଲେ। ତେବେ ଦିବ୍ୟାଙ୍କୁ ବସ୍ତି ଜିଲାକୁ ବଦଳି କରାଯିବା ପରେ ତାଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟ ସରକାରଙ୍କ ଫାଇଲ ତଳେ ରହିଗଲା। କୌତୂହଳର ବିଷୟ, ସେହି ମୂଲ୍ୟବାନ ପାଇପଲାଇନକୁ ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଦେବା ଦ୍ୱାରା ଗ୍ରାମବାସୀ ପୁନର୍ବାର ଘରୋଇ ଟ୍ୟାଙ୍କର୍‌ ଉପରେ ନିର୍ଭରଶୀଳ ହୋଇଛନ୍ତି। କୁହାଯାଉଛି, ସ୍ଥାନୀୟ ରାଜନୈତିକ ନେତାମାନେ ଦିବ୍ୟାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ନ ଥିଲେ। ସେମାନେ ଯେଉଁ କାମ କରି ପ୍ରଶଂସା ସାଉଁଟି ଥାଆନ୍ତେ ସେ ତାହାକୁ ଛଡ଼ାଇନେଉଥିବା ଭୟ ସେମାନଙ୍କ ମନରେ ସୃଷ୍ଟି ହୋଇଥିଲା। ଅନେକେ ସେମାନଙ୍କ ଲୋକପ୍ରିୟ ଜିଲାପାଳଙ୍କୁ ହଠାତ୍‌ ବଦଳି କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ସନ୍ଦେହ କରୁଛନ୍ତି। ଏହା ଜିଲାରେ ଚାଲିଥିବା ଦୀର୍ଘକାଳୀନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ବାଧା ସୃଷ୍ଟି କରିବା ସହ ବାସିନ୍ଦା ତଥା ଅନ୍ୟାନ୍ୟ ଜିଲା ଅଧିକାରୀଙ୍କୁ ମଧ୍ୟ ନିରୁତ୍ସାହିତ କରିଛି। ତେବେ ଆଶା କରାଯାଏ, ଯୁବ ଜିଲାପାଳଙ୍କୁ ଯେଉଁଠାରେ ନିଯୁକ୍ତି ଦିଆଗଲେ ବି ସେ ଭଲ କାମ ଜାରି ରଖିବେ ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଇଁଷିର ଦାମ୍‌ ସର୍ବାଧିକ ୨୩ କୋଟି ଟଙ୍କା ଏବଂ ଏଥିରେ ଏକାଧିକ ରୋଲ୍ସ ରଏସ କିମ୍ବା ମର୍ସିଡିଜ କାର୍‌ କିଣାଯାଇପାରିବ। କେବଳ ଏତିକି ନୁହେଁ ୨୦ଟି...

ବିସର୍ଜନ

ବିପ୍ଳବ କାହାକୁ ଧରାପୃଷ୍ଠରୁ ଅନ୍ତିମ ବିଦାୟ ଦେବାର ମୁହୂର୍ତ୍ତ ଏତେ ଯନ୍ତ୍ରଣାଦାୟକ ଯେ ତାକୁ ଭାଷାରେ ପ୍ରକାଶ କରିବା ସହଜ ନୁହେଁ। ତାକୁ ପ୍ରକାଶିତ କରିବାର...

ସମସ୍ତଙ୍କ ପାଇଁ ସମାନ ଶିକ୍ଷା

ରାଜୀବ କୁମାର ନାୟକ ରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ତର୍ଜମା କଲେ ପ୍ରଥମତଃ ଆମେ ଦେଖିବା ଯେ ଶିକ୍ଷା ଏକ ଯୁଗ୍ମ ତାଲିକାର ବିଷୟ। ତେଣୁ...

ଦୁର୍ବଳଙ୍କୁ ଅଣଦେଖା

ଆସନ୍ତୁ, ମେରିଟ୍‌ ବା ଯୋଗ୍ୟତା ବିଷୟରେ ଆଲୋଚନା କରିବା। ସେଥିପାଇଁ ମଧ୍ୟବିତ୍ତବର୍ଗଙ୍କ କଥା ବିଚାରକୁ ନେବା। ଭାରତରେ ଯାହାଙ୍କୁ ମଧ୍ୟବିତ୍ତବର୍ଗ କୁହାଯାଉଛି ସେମାନଙ୍କ ସଂଖ୍ୟା ବହୁତ...

ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି...

ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ...

ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ...

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri