Categories: ଜାତୀୟ

ଉଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ମନା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତିକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପଡ଼ିଆରେ ଗଣେଶ ପୂଜା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେଠାରେ ଯଥାସ୍ଥିତି ବଜାୟ ରଖାଯିବ।

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ, ହାଇକୋର୍ଟ ଉଦଗାହ ପଡ଼ିଆରେ ଗଣେଶ ମହୋତ୍ସବ ପାଇଁ ଅନୁମତି ଦେଇଥିଲେ। ଯାହାକୁ ସର୍ବୋଚ୍ଚ ଅଦାଲତରେ ମୁସଲମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା।

ଏହାର ବିଚାର କରି ବିଚାରପତି ଇନ୍ଦିରା ବାନାର୍ଜୀ, ଏ.ଏସ୍‌. ଓକା ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଇଦଗାହ ପଡ଼ିଆରେ ଗତ ୨୦୦ ବର୍ଷ ଧରି ଏଭଳି ହୋଇନାହିଁ। ସେଠାରେ ଯଥାସ୍ଥିତି ବଜାୟ ରଖାଯାଉ। ଗଣେଶ ପୂଜା ଅନ୍ୟ ସ୍ଥାନରେ କରାଯିବାକୁ ଶୀର୍ଷ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

Share