ଭୋଟ୍‌ ଗଣତି କେନ୍ଦ୍ରକୁ ଖବରଦାତାଙ୍କୁ ମନା

ପାଟଣା,୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାମ୍ପୁଆରେ ମଙ୍ଗଳବାର ହେବାକୁ ଥିବା ବେଳେ ଅନେକ ଖବରଦାତାଙ୍କୁ ଖବର ସଂଗ୍ରହ ପାଇଁ ଏଣ୍ଟ୍ରି ପାସ୍‌ ମିଳିନାହିଁ। ଏଭଳିସ୍ଥଳରେ ଖବରଦାତାମାନେ କିଭଳି ଖବର ସଂଗ୍ରହ କରିବେ ସେନେଇ ସ୍ପଷ୍ଟ ହୋଇନାହିଁ। ଏଣ୍ଟ୍ରି ପାସ୍‌ ପାଇଁ ଖବରଦାତାମାନେ ଜିଲା ଡିଆଇପିଆରଓଙ୍କ ଠାରେ ଦରଖାସ୍ତ କରି ବୁଥ୍‌ ଏଣ୍ଟ୍ରି ପାସ୍‌ ପାଇଥିବା ବେଳେ ଭୋଟ ଗଣତି କେନ୍ଦ୍ର ଏଣ୍ଟ୍ରି ପାସ୍‌ ପାଇ ପାରିନାହାନ୍ତି। ଫଳରେ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କେନ୍ଦୁଝର ଡିଆଇପିଆର୍‌ଓ ସାର୍ଥକ ରାୟଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି କହିଥିଲେ। ତେବେ ଉପଜିଲାପାଳ ତ୍ରିଲୋଚନ ମହାନ୍ତିଙ୍କୁ ପଚାରିବାରୁ ସୋମବାର ଏ ବାବଦରେ ଯାହା କିଛି କରାଯିବ ବୋଲି କହିଛନ୍ତି।