ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସୁଭାଷ କେଶ କାଟିଛନ୍ତି। ସୁଭାଷ କହିଛନ୍ତି ଯେ ମୁଁ କୌଣସି ଦଳରେ ଯୋଗଦେବାକୁ ଯାଉନାହିଁ କିନ୍ତୁ ମୁଁ ମୋ ପଦରୁ ଇସ୍ତଫା ଦେବି। ଲତିକା ସୁଭାଷ ଇତୁମାନୁର ଆସନରୁ ଟିକେଟ ଚାହୁଁଥିଲେ। କଂଗ୍ରେସ ମହିଳା ନେତାଙ୍କୁ ଅଣଦେଖା କରୁଛି ବୋଲି ଲତିିକା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସେ ଏବେ କୌଣସି ପାର୍ଟିରେ ଯୋଗଦେବେ ନାହିଁ। ଏହା ବ୍ୟତୀତ ସେ ସ୍ବାଧୀନ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ସୂଚନାଯୋଗ୍ୟ, ସୁଭାଷଙ୍କୁ ରାହୁଲ ଗାନ୍ଧୀ ୨୦୧୮ରେ ମହିଲା ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ କରିଥିଲେ। ସେତେବେଳେ ରାହୁଲ ଗାନ୍ଧୀ କଂଗ୍ରେସର ଜାତୀୟ ସଭାପତି ଥିଲେ।