ଡେନମାର୍କରେ ନୂଆ ସରକାର ଗଠନ, ମୋଦି ଜଣାଇଲେ ଶୁଭେଚ୍ଛା

କୋପେନହାଗେନ,୧୬ ।୧୨: ଡେନମାର୍କରେ ନୂଆ ସରକାର ଗଠନ ହୋଇଛି । ନିର୍ବାଚନର ୬ ସପ୍ତାହ ପରେ ନୂଆ ସରକାର ଗଠନ ହୋଇଥିବା ସେଠାକାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟେ ଫ୍ରେଡରିକସନଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ମୁଁ ଭାରତ-ଡେନମାର୍କ ଗ୍ରୀନ ଷ୍ଟ୍ରାଟେଜିକ ପାର୍ଟନରଶିପକୁ ମଜଭୁତ କରିବାକୁ ଆମର ସହଯୋଗକୁ ଜାରି ରଖିବାକୁ ତତ୍ପର ରହିଛି ।

Share