Posted inଫୁରସତ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ। ସବୁଠାରୁ ଖୁସି ଦେଶର ତାଲିକାରେ ଡେନମାର୍କ ନିଜର ସ୍ଥାନ ୭ଥର ଅକ୍ତିଆର କରିବାରେ ସକ୍ଷମ ହୋଇଛି। ଡେନମାର୍କର ଖୁସି ରହିବା ପଛରେ ତା’ର ସଂସ୍କୃତି ରହିଥିବା ନେଇ ବିଶେଷଜ୍ଞ ମତ ଦେଇଥାନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ସେଠାରେ ସୁସ୍ଥକର ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ରହିଛି। ଯାହା ସମସ୍ତଙ୍କ ଜୀବନରେ ସୁସ୍ଥ, ମାନସିକ ବିଶାରଦ କମ୍‌ ହେବା ସହ ଖୁସି ରହିବା ପାଇଁ  ମହତ୍ତ୍ୱପୂର୍ଣ୍ଣ। କିନ୍ତୁ କେବଳ ଏହି କାରଣ ଯୋଗୁ ଡେନମାର୍କ ସବୁଠାରୁ ଖୁସିର ଦେଶଭାବେ  ବିବେଚିତ ହୋଇଛି ତାହା ନୁହେଁ, ଏଠାରେ ରହୁଥିବା ଲୋକଙ୍କୁ ଚିନ୍ତାରୁ ଦୂରେଇ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ସେଠାକାର ସରକାର। ସେଠାରେ ଲୋକଙ୍କୁ ବିନା ମୂଲ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଏ। କେବଳ ସେତିକି ନୁହେଁ ଏଠାକାର ପେନ୍‌ସନ ସିଷ୍ଟମ ମଧ୍ୟ ଦୁନିଆର ସବୁଠାରୁ ଭଲ ସିଷ୍ଟମରୁ ଗୋଟିଏ। କିନ୍ତୁ ଏହି ଦେଶରେ ସବୁଠାରୁ ଆୟକର ଅଧିକ ରହିଛି। ସବୁ ଲୋକ ଖୁସିରେ ଆୟକର ଭରିଥାନ୍ତି। କାରଣ ଅଧିକ ଆୟକର ଗୋଟିଏ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି। ତେଣୁ ଚିନ୍ତା କରିବା ପାଇଁ ଏଠାକାର ଲୋକଙ୍କ ପାଖରେ ବହୁ କମ୍‌ କାରଣ ରହିଛି। ଫଳରେ ଏଠାରେ ଲୋକମାନେ ବହୁତ ଖୁସିରେ ରହିଥାନ୍ତି। ତେଣୁ ଏହି ଦେଶ ସବୁଠାରୁ ଖୁସି ଦେଶ ବୋଲି ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସତରେ ମଣିଷ ପେଟରେ ଗଛ ବଢି ପାରିବ? ସତ ଜାଣିଲେ ତାଜୁବ ହେବେ

ପିଲାଦିନେ, ଆପଣ ଆପଣଙ୍କ ପରିବାରର ସଦସ୍ୟଙ୍କଠାରୁ ଏପରି ଅନେକ କଥା ଶୁଣିଥିବେ ଯେ, ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠିବ। କିନ୍ତୁ ଏହା ସତ ନୁହେଁ...

ଫାଶୀ ପୂର୍ବରୁ କଏଦୀଙ୍କୁ କାହିଁକି ପଚରାଯାଏ ଶେଷଇଛା? କାରଣ ଜାଣି ନ ଥିବେ…

ପ୍ରାୟତଃ ଆପଣ ଶୁଣିଥିବେ ଯେ କିଛି ନିର୍ଦ୍ଧିଷ୍ଟ ମାମଲାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ନିୟମ ଅନୁଯାୟୀ ଅପରାଧୀଙ୍କୁ ଫାଶୀ...

କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ

କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ… ଜାପାନର ଲୋକଙ୍କୁ ଦେଖି ସେମାନଙ୍କ...

ଏମିତି ଡାଇନିଂ ଦେଖିଲେ

ଏହି ବଡ଼ ମସୃଣ ଅଣ୍ଡାକୃତିର ଜିନିଷଟିକୁ ଦେଖି ଭାବୁଥିବେ ଏତେ ବଡ଼ ଅଣ୍ଡା ପୁଣି କେଉଁଠୁ ଆସିଲା? ତେବେ ପ୍ରକୃତରେ ଏହା ଅଣ୍ଡା ନୁହେଁ, ବରଂ...

ଫୋନ ବ୍ୟବହାରକାରୀ ସାବଧାନ, ବାବା ଭେଙ୍ଗା କଲେ ଏମିତି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ସମସ୍ତେ ଜାଣନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି...

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ...

କ’ଣ ପାଓ୍ବାର ବ୍ୟାଙ୍କ୍‌ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image