Categories: ଜାତୀୟ

ଘନ କୁହୁଡ଼ି ସଙ୍କଟ, ୨୫୦ରୁ ଅଧିକ ଟ୍ରେନ୍‌ ବାତିଲ…

ନୂଆଦିଲ୍ଲୀ୨୧।୧୨ : ଉତ୍ତର ଏବଂ ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ଘନ କୁହୁଡ଼ି ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଘନ କୁହୁଡ଼ି ଯୋଗୁ ଟ୍ରାଫିକ ବ୍ୟବସ୍ଥା ଖରାପ ପ୍ରଭାବିତ ହେଉଛି। ଏହାର ସବୁଠାରୁ ଖରାପ ପ୍ରଭାବ ରେଳବାଇ ଉପରେ ପଡିଛି। ଭାରତୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ବୁଧବାର ୨୫୦ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି। ଯେଉଁଥିପାଇଁ ଲୋକମାନେ ଯିବାଆସିବାରେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କେତେକ ଟ୍ରେନ୍‌ର ଗତିପଥକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଘନ କୁହୁଡ଼ି ଯୋଗୁ ବହୁ ଟ୍ରେନ୍‌ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ରେଳବାଇ ପକ୍ଷରୁ କୁହାଯାଇଛି।

Share