Categories: ରାଜ୍ୟ

ଅନେକ ଜିଲାରେ ଘନ କୁହୁଡ଼ି ସମ୍ଭାବନା, ଫେବୃୟାରୀ ୧ ରେ ହୋଇପାରେ ବର୍ଷା

ଭୁବନେଶ୍ୱର, ୨୮।୧: ରାଜ୍ୟରେ ଥଣ୍ଡାର ପ୍ରଭାବ ବଢ଼ି ଚାଲିଥିବାବେଳେ ଅଧିକାଂଶ ଜିଲାରେ ପାରଦ ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ଆଗାମୀ ୨-୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପାଇଁ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏହା ବ୍ୟତୀତ, ଫେବୃୟାରୀ ୧-୨ ଆଡକୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ରବିବାର ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ଘନ କୁହୁଡ଼ି ଦେଖାଦେଇଥିଲା।

Share