ନିର୍ବାଚନ ଖର୍ଚ୍ଚ ବାହାର କରିବାରେ ବ୍ୟସ୍ତ ନେତା, ନେତ୍ରୀ

ଦେବଗଡ଼, ୨୧ା୨(ଡି.ଏନ୍‌.ଏ.): ଜିଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଦେବଗଡ଼। ତିନି ବ୍ଲକର ୭୦ପଞ୍ଚାୟତ ଏବଂ ଦେବଗଡ଼ ପୌରପାଳିକାର ୧୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ହେଲେ ରାଜନୀତିର ପଶାପାଲିେରେ ଆଜି ଏହି ନିର୍ବାଚନ ମଣ୍ଡଳୀ ଓ ଜିଲା ବହୁ ପଛରେ ପଡ଼ିଛି। ରାଜ୍ୟର ଅନ୍ୟ ଜିଲା ଯେଉଁପରି ବିକାଶ କରି ଚାଲିଛି, ତାହା ଏଠାରେ ପରିଲକ୍ଷିତ ହେଉନାହିଁ। ହେଲେ ସୋସିଆଲ ମିଡିଆରେ ଉନ୍ନତିର ସୁନେଲି ସ୍ବପ୍ନ କେତେଜଣ ରାଜନେତା ବାଣ୍ଟି ଚାଲିଛନ୍ତି। କିନ୍ତୁ ଜିଲାର ଉନ୍ନତି ନାହିଁ। ସତେ ଯେପରି ଦେବଗଡ଼ ଉନ୍ନତି କଥା କାହାରି ଚିନ୍ତା ନାହିଁ।
ଦେବଗଡ଼ ରାଜନୀତିରେ ପଞ୍ଚାୟତଠାରୁ ପୌରପାଳିକା ଅବା ଜିଲା ପରିଷଦଠାରୁ ବିଧାନସଭା ନିର୍ବାଚନ ସବୁଥିରେ ଜିତିଲା ପରେ ନେତା, ନେତ୍ରୀମାନେ ଜିତିବା ପାଇଁ ଯେତିକି ଖର୍ଚ୍ଚ ହୋଇଛି ସେହି ଖର୍ଚ୍ଚକୁ କେମିତି ଶୀଘ୍ର ଭରଣା କରିବେ ରାତିଦିନ ଚିନ୍ତା କରୁଛନ୍ତି। ଜିଲାର ଉନ୍ନତି କଥା ଚିନ୍ତା କରିବାକୁ ସମୟ ନାହିଁ। ଯେଉଁଟା ବି ଉନ୍ନତିକରଣ କାର୍ଯ୍ୟ ହେଉଛି ତାହା ସରକାରଙ୍କ ପକ୍ଷରୁ ହିଁ ହେଉଛି। ସେତିକିରେ ହିଁ ନେତାମାନେ ସନ୍ତୁଷ୍ଟ। ଅନ୍ୟପକ୍ଷରେ ଜିତିଥିବା ନେତାମାନଙ୍କର ଜିଲାର ଉନ୍ନତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା କାହାରି ଚିନ୍ତାରେ ନାହିଁ। କେବଳ ଆରୋପ, ପ୍ରତ୍ୟାରୋପରେ ନେତାମାନେ ବ୍ୟସ୍ତ। ସେଇଟା ବି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ଫଳରେ ଅନ୍ୟ ଜିଲା, ଓଡ଼ିଶାର ଲୋକ ଦେବଗଡ଼ ରାଜନୀତିର ଭିତିରି କଥା ଦେଖି ଚର୍ଚ୍ଚା କରୁଥିବା ଜଣାପଡ଼ିଛି। ଜିଲାର କଥା ପଦାରେ ପଡିଲେ ବି ଦେବଗଡ଼ର ନେତାମାନଙ୍କୁ କିଛି ଫରକ ପଡେ ନାହିଁ। ନିର୍ବାଚନ ଖର୍ଚ୍ଚ କେମିତି ଉଠାଇବେ ସେଥିପାଇଁ ବାଟ ଖୋଜନ୍ତି। ନିଜେ ଠିକାଦାର ସାଜନ୍ତି କିମ୍ବା ନିଜ ଲୋକଙ୍କୁ ଠିକାଦାରୀ କାମ ଦିଅନ୍ତି। ଖାଲି ଏତିକି ନୁହେଁ, ନେତାଙ୍କ ନିଜସ୍ବ ଫଣ୍ଡକୁ କିଛି ଶତକଡାରେ ପିସି ନେଇ ଚୁପ ହୋଇ ରହିଯାଆନ୍ତି। ଏପରିକି କିଛି କର୍ମୀ ଠିକା କାମ ପାଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। ଆଉ କେତେକ କାମକୁ ନିଜର ପଦବୀର ପାୱାର ବଳରେ ବିନା କାମରେ ମିଥ୍ୟା ବିଲ୍‌ କରିଦେବା, କିଛି ସରକାରୀ, ବେସରକାରୀ ଅନୁଷ୍ଠାନରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ମଧ୍ୟ ସୂଚନା ମିଳିଛି। ଯଦି ଶାସକ ଦଳ କିମ୍ବା ବିରୋଧୀ ଦଳ କୌଣସି ଘଟଣାକୁ ନେଇ ସୋସିଆଲ ମିଡିଆ, ଫେସ ବୁକ୍‌ରେ ପୋଷ୍ଟ କରୁଛନ୍ତି ତାହା ହେଲେ ଦୁଇ ଦଳ ମଧ୍ୟରେ ସୋସିଆଲ ମିଡ଼ିଆରେ ଆରମ୍ଭ ହେଉଛି କମେଣ୍ଟ ଯୁଦ୍ଧ। କିଛି ନେତା ଫେକ୍‌ ଫେଶବୁକ୍‌ ଖୋଲି ଏମିତି କମେଣ୍ଟ ଦେଉଛନ୍ତି ଯାହା କହିହେବ ନାହିଁ କି ପଢି ହେବ ନାହିଁ। ତେଣୁ ଏଭଳି କମେଣ୍ଟରୁ ନିବୃତ୍ତ ରହି ସମସ୍ତେ ଦେବଗଡ଼ର ଉନ୍ନତି କଥା ଚିନ୍ତା କରିବାର ବେଳ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଉ କିଛି ନେତା କର୍ମୀ ଅଛନ୍ତି ସେମାନେ ସୋସିଆଲ ମିଡିଆରେ ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ। ଯେଉଁ ଜ୍ଞାନ ବାଣ୍ଟୁଛନ୍ତି ସେଇଟା ଯଦି ନିଜ କାମରେ ଲଗାଇବେ କିଛିଟା ହେଲେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ଜିଲାର ଜନସାଧାରଣ ଏବେ ଚା, ପାନ ଦୋକାନ, ମାର୍କେଟରେ ଚର୍ଚ୍ଚା କରୁଛନ୍ତି ଏମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲୁ କିନ୍ତୁ କିଛି ଫଳପ୍ରଦ ହେଉ ନାହିଁ। ଆଗକୁ ପୁଣି ଆସୁଛି ବିଧାନସଭା ନିର୍ବାଚନ। ବର୍ତ୍ତମାନ ଠାରୁ ନେତା, ନେତ୍ରୀ କର୍ମୀମାନେ ଲବି କରିବାରେ ଲାଗି ପଡ଼ିଲେନି। କିନ୍ତୁ ଆସନ୍ତା ନିର୍ବାଚନରେ ଜିଲାର ସଚେତନ ଭୋଟର ଠିକ ନେତା ବାଛିବେ ଏବଂ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ନୋଟ୍‌ କାରବାର ଚାଲିଥିବାବେଳେ ଜବତ କଲା STF

ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ...

“ଅତି ଚତୁର ବ୍ୟକ୍ତି”: ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ସି ଜିନପିଙ୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ୱାଶିଂଟନ୍, ୧୦ା୪: ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ଝଡ଼ ସୃଷ୍ଟି ହୋଇଛି, ଯାହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଡାଇବେଟିସ୍‌ ରୋଗୀ କ୍ଷୀର ପିଇ ପାରିବେ କି ନାହିଁ, ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

କ୍ଷୀର ଶରୀରକୁ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ଏବଂ ଯଦି କ୍ଷୀରରେ ଅନ୍ୟ କିଛି ପଦାର୍ଥ ମିଶାଯାଏ ତେବେ ଏହା ଆହୁରି ପୁଷ୍ଟିକର ହୋଇଯାଏ। ଏବେ ପ୍ରଶ୍ନ...

୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l...

ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି

ରାଇକିଆ,୧୦ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଗୁରୁବାର ଅନୁଷ୍ଠିତ ହେଉଛି ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ। ଏଥିପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ଅଷ୍ଟଦଣ୍ଡ...

ନବୀନଙ୍କ ଉପରେ ବର୍ଷିଲେ ପ୍ରଭାତ, ସିଧା ଶୁଣାଇଦେଲେ…

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ...

ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ଦିନ ଯାଏ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image