Advertisement

ଦେଓମାଳିରେ ନିର୍ମିତ କଟେଜ ପରିବେଶ ପ୍ରତି ଆଣିବ ବିପଦ

କୋରାପୁଟ,୧୯ା୬(ଅମିତାଭ ବେହେରା): କୋରାପୁଟ ଜିଲାର ଦେଓମାଳିରେ ପର୍ଯ୍ୟଟନର ବିକାଶ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କଟେଜ ନିର୍ମାଣକୁ ନେଇ କୋରାପୁଟର ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି। ସମୁଦ୍ର ପତନାଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଓଡିଶାର ଏହି ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳି ତାର ସୌନ୍ଦର୍ଯ୍ୟ ଓ ଜଳବାୟୁ ପରିବେଶପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ବର୍ତ୍ତମାନ ଦେଓମାଳି ପର୍ଯି୍ୟଟନର ବିକାଶ ଲାଗି ପଦକ୍ଷେପ ନେଇ ସରକାର କୋରାପୁଟ ଜିଲା ସେମିଳିଗୁଡା ବନ ବିଭାଗ ଦ୍ୱାରା କରୁଥିବା କଟେଜ୍‌ ସହ ଅନ୍ୟନ୍ୟ ବ୍ୟବସ୍ଥା ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ଷୁର୍ଣ୍ଣ କରୁଛି ବୋଲି ପରିବେଶବିତ୍‌ମାନେ ଅଭିଯୋଗ କରୁଛନ୍ତି। ଦେଓମାଳି ପର୍ବତ ଉପରେ ପହଞ୍ଚତ୍ବା ପରେ ଏକ ବିଶାଳ ସମତଳ ପଡିଆ, ମନଲୋଭା ଶୀତଳ ପବନ ତଥା ଅବାଧରେ ଘୁରି ବୁଲିବାର ସ୍ବାଧୀନତା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ମାତ୍ର ଏବେ ସରକାର କରୁଥିବା ଉକ୍ତ ଅଞ୍ଚଳର ଉନ୍ନତି ଏହି ପର୍ବତର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଧ୍ୱଂସ କରୁଛି। ସରକାର କଟେଜ ଓ ହୋଟେଲ ନିର୍ମାଣ କରି ପ୍ରାକୃତିକ ପରିବେଶରେ କୃତ୍ରିମତାର ଅପମିଶ୍ରଣ କରିବା ଆରମ୍ଭ କରିଛନ୍ତି ବୋଲି ଜୈବ ବିବିଧତା ଉପରେ ଗବେଷଣା କରୁଥିବା ଗବେଷକ ଡ. ମିହିର ଜେନା କହିଛନ୍ତି। ଦେଓମାଳି ପର୍ବତରେ ଔଷଧୀୟ ବୃକ୍ଷ, ଗୁଳ୍ମ ଲତା ଆଦି ରହିଛି। ଏଠାରେ କଂକ୍ରିଟ ଘରଦ୍ୱାର ନିର୍ମାଣ କରାଗଲେ ପାହାଡର ଆଦ୍ରତା ପ୍ରଭାବିତ ହେବ ା ଫଳରେ ସେହି ଗୁଳ୍ମ, ଗଛଲତା କୀଟ ପତଙ୍ଗଙ୍କ ବଞ୍ଚତ୍ବା ଶୈଳୀ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share