Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଦାୟୀ ରିଜିଜୁ…

ନୂଆଦିଲ୍ଲୀ,୧୮।୫ : ତେବେ ମନ୍ତ୍ରଣାଳୟର ପରିବର୍ତ୍ତନ ପରେ ତାଙ୍କର ପ୍ରଥମ ଟୁଇଟରେ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇନ ମନ୍ତ୍ରୀ ଭାବରେ ତାଙ୍କୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଏକ ସମ୍ମାନର ବିଷୟ।

ମୋ ପ୍ରତି ସମର୍ଥନ ପାଇଁ ମୁଁ ପ୍ରଧାନବିଚାରପତି ଡି.ଓ୍ବାଇ, ଚନ୍ଦ୍ରଚୂଡ଼, ସୁପ୍ରିମକୋର୍ଟର ସମସ୍ତ ବିଚାରପତି, ହାଇକୋର୍ଟର ସମସ୍ତ ମୁଖ୍ୟ ବିଚାରପତି, ନିମ୍ନ ନ୍ୟାୟପାଳିକା ଏବଂ ସମସ୍ତ ଆଇନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି । ସେମାନଙ୍କର ସମର୍ଥନ ଆମ ନାଗରିକମାନଙ୍କୁ ନ୍ୟାୟ ପାଇବା ପ୍ରକ୍ରିୟାକୁ ସହଜ ଏବଂ ସୁନିଶ୍ଚିତ କରିଛି। ମୁଁ ସମାନ ଉତ୍ସାହ ଏବଂ ଶକ୍ତି ସହିତ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟରେ କାର୍ଯ୍ୟ କରିବି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶ ପୂରଣ କରିବାକୁ ଚେଷ୍ଟା କରିବି।

Share