ଦୁଇ ନୂଆ ଗର୍ଭନିରୋଧକ ଆଣିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର,୬ା୧୨: ରାଜ୍ୟ ପରିବାର ନିୟୋଜନ ବା ଫ୍ୟାମିଲି ପ୍ଲାନିଂ ବାସ୍କେଟ୍‌ ଅଫ୍‌ ଚଏସ୍‌ରେ ଆଉ ଦୁଇ ନୂଆ ଗର୍ଭ ନିରୋଧକ ସବ୍‌ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକ୍ସନ ଯୋଡ଼ି ହୋଇଛି।

ସବ୍‌ ଡର୍ମାଲ ଇମ୍ପ୍ଲାଣ୍ଟ ପଦ୍ଧତି ହେଲା ଛୁଞ୍ଚି ଆକାରର ଏକ ରଡ୍‌କୁ ମହିଳାଙ୍କ ବାମ ହାତର ଉପର ଭାଗର ଚର୍ମ ତଳେ ଲଗାଯିବ। ଏହା ୩ ବର୍ଷ ଲାଗି ଶରୀରରେ ରହିବ। ଏଥିରୁ ଏକ ହର୍ମନ କ୍ଷରିତ ହେବ। ଯାହା ମହିଳାଙ୍କ ଗର୍ଭଧାରଣକୁ ରୋକିବାରେ ସହାୟକ ହେବ।

ସେହିପରି ଅନ୍ତରା ଇଞ୍ଜେକ୍ସନ ଦ୍ୱାରା ମହିଳାମାନେ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣକୁ ରୋକିପାରିବେ ବୋଲି ଏନେଇ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏହାର ଉନ୍ମୋଚନ କାର୍ଯ୍ୟକ୍ରମରେ କୁହାଯାଇଛି।