Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ନିୟୋଜିତ କର: ହାଇକୋର୍ଟ

କୋଲକାତା, ୧୬ା୬ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଜିଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବାକୁ ଗୁରୁବାର କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଲାଗିରହିଛି। ଦକ୍ଷିଣ ୨୪ ପ୍ରଗଣା ଏବଂ ବୀରଭୂମ ଜିଲାରେ ଘଟିଥିବା ହିଂସା ସମ୍ପର୍କରେ ଗୁରୁବାର ରିପୋର୍ଟ ପ୍ରକାଶ ପାଇଥିଲା। ଭାଙ୍ଗର ଅଞ୍ଚଳରେ ଟିଏମ୍‌ସି ଏବଂ ଭାରତୀୟ ଧର୍ମନିରପେକ୍ଷ ଫ୍ରଣ୍ଟ (ଆଇଏସ୍‌ଏଫ୍‌) କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ପରସ୍ପର ଉପରକୁ ବୋମାମାଡ଼ କରିଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।

Share