ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି: ବଢୁଛି ବ୍ୟାଙ୍କରେ ଜମାରାଶିର ସଂଖ୍ୟା

ନୂଆଦିଲ୍ଲୀ,୨୧।୧୦: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛ। କାରଣ ୧୯୫୧ରୁ ୨୦୧୪ମଧ୍ୟରେ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ ୨୦୨୩ ମଧ୍ୟରେ ଏହା ୧୮୭ଲକ୍ଷ କୋଟି ଟଙ୍କା ରହିଛି। ଏହାର ଅର୍ଥ ୬୦ବର୍ଷ ତୁଳନାରେ ଗତ ୯ ବର୍ଷରେ ଆର୍ଥିକ ବୃଦ୍ଧି ୧.୩ ଗୁଣ ଅଧିକ ରହିଛି।

ଗତ ୯ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକର ଜମା ଓ ଋଣ ରାଶି ଯଥେଷ୍ଟ ବୃଦ୍ଧି ପାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉନ୍ନତିର ପ୍ରଭାବ ଦେଶର ଅର୍ଥନୀତିରେ ସିଧାସଳଖ ଦୃଶ୍ୟମାନ ହେଉଛି। ୧୯୫୧ରୁ ୨୦୧୪ ତୁଳନାରେ ଗତ ୯ ବର୍ଷରେ ଜିଡିପି ୧.୪ ଗୁଣ ବୃଦ୍ଧି ପାଇଛି ବୋଲି ଆରବିଆଇ ଏକ ରିପୋର୍ଟରେ ଦର୍ଶାଇଛି।

Share