ଢେଙ୍କାନାଳରେ ଡିପୋ, ରାଜସ୍ଥାନ ଯାଏ ଚେର

ଢେଙ୍କାନାଳ ଅଫିସ,୧୪।୪: ବୌଦ୍ଧ, କନ୍ଧମାଳ ଜିଲାରୁ ଆସୁଥିଲା ଗଞ୍ଜେଇ। ଏହାକୁ ରଖିବା ଲାଗି ଢେଙ୍କାନାଳରେ କରାଯାଇଥିଲା ଡିପୋ। ସେଠାରୁ ପ୍ୟାକେଟ୍‌ କରାଯାଇ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ରାଜସ୍ଥାନ ସୀମାନ୍ତରେ ରହି ଏହାକୁ ଅପରେଟ କରୁଥିଲେ କିଙ୍ଗ୍‌ପିନ୍‌। ଗୁରୁବାର ଏଭଳି ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶର ରାଜ୍ୟର ପାନ୍ନା ପୋଲିସ। ଏହି ଘଟଣାରେ ସଦରଥାନା ଗୋହିରାଖାଲ ଗ୍ରାମର ସୁଧାକର ଦାସ (୪୭) ଏବଂ ବିହାର ପାଟନା ଅଞ୍ଚଳର ବ୍ୟବସାୟୀ ନନ୍ଦଲାଲ୍‌ ମୁକେଶ (୨୩) ଗିରଫ ହୋଇଛନ୍ତି। ବାହାର ରାଜ୍ୟର ଅନ୍ୟ ୨ ବ୍ୟବସାୟୀ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଛନ୍ତି। ଘଟଣାସ୍ଥଳରୁ ୨ କେ.ଜି. ୬୧୮ ଗ୍ରାମ ଗଞ୍ଜେଇ, ନଗଦ ୧ ଲକ୍ଷ ୧୭ ହଜାର ୧୫୦ ଟଙ୍କା, ଏକ କାର୍‌ (ନଂ. ଓଡ଼ି ୦୨ ବିଏମ୍‌ ୦୬୪୭), ୩ଟି ପାସ୍‌ବୁକ୍‌, ୫ କ୍ରେଡିଟ୍‌ କାର୍ଡ ଜବତ କରାଯାଇଛି। ଅନ୍ୟପଟେ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଅଞ୍ଚଳର ଏକ ଭଡ଼ାଘରେ ଦୀର୍ଘ ୩ବର୍ଷ ଧରି ଏଭଳି କାରବାର ଚାଲିଥିବାବେଳେ ପୋଲିସ ସାମାନ୍ୟତମ ସୁରାକ ପାଇ ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ମଧ୍ୟପ୍ରଦେଶର ପାନ୍ନା ଥାନା ଅଞ୍ଚଳରୁ ୫୦ କେ.ଜି.ରୁ ଊର୍ଦ୍ଧ୍ୱ ଚୋରା ଗଞ୍ଜେଇ ସ୍ଥାନୀୟ ପୋଲିସ ଜବତ କରିଥିଲା। ଏହି ଘଟଣାରେ ୨ ଆନ୍ତଃରାଜ୍ୟ ବ୍ୟବସାୟୀ ଧରାପଡ଼ିଥିଲେ। ସେମାନଙ୍କୁ ପଚରାଉଚରା ବେଳେ ଏହାର ଲିଙ୍କ୍‌ ଢେଙ୍କାନାଳରୁ ମିଳିଥିଲା। ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ପାନ୍ନା ଥାନାର ଇନ୍ସପେକ୍ଟର ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ୫ଜଣିଆ ପୋଲିସ ଟିମ୍‌ ଢେଙ୍କାନାଳରେ ପହଞ୍ଚତ୍ଥିଲା। ମହିଷାପାଟ ଅଞ୍ଚଳର ଏକ ଭଡ଼ା ଘରେ ଗଞ୍ଜେଇ ଡିପୋ ଚାଲିଥିବା ଜଣାପଡ଼ିବା ପରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସହାୟତାରେ ଚଢ଼ାଉ କରାଯାଇଥିଲା। ପୋଲିସ ସୂଚନା ଅନୁଯାୟୀ, ବୌଦ୍ଧ ଏବଂ କନ୍ଧମାଳ ଜିଲାରୁ ଗଞ୍ଜେଇ ଅଣାଯାଇ ଢେଙ୍କାନାଳ ମହିଷାପାଟର ଉକ୍ତ ଭଡ଼ା ଘରେ ରଖାଯାଉଥିଲା। ସେଠାରୁ ପ୍ୟାକେଟ୍‌ କରାଯାଇ ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ରାତାରାତି ଚାଲାଣ କରି ଦିଆଯାଉଥିଲା। ଏହି ର଼୍ୟାକେଟ୍‌କୁ ପରିଚାଳନା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନ ଜୈସାଲମେର ସୀମାନ୍ତରେ ରହୁଥିବା ଜଣାପଡ଼ିଛି। ଫଳରେ ରାଜସ୍ଥାନ ସୀମାଦେଇ ଦେଶ ବାହାରକୁ ଗଞ୍ଜେଇ ଚାଲାଣ ଚେର ଲମ୍ବିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।
ଗଞ୍ଜେଇ ଡିପୋ ସମ୍ପର୍କରେ ପୋଲିସ ନିକଟରେ ସୂଚନା ନ ଥିବା ସମ୍ପର୍କରେ ପଚାରିବାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କୁହନ୍ତି, ବାହାରୁ ଗଞ୍ଜେଇ ଅଣାଯିବା ପରେ ଏହାକୁ ପ୍ୟାକେଟ କରି ଅନ୍ୟ ରାଜ୍ୟକୁ ଚାଲାଣ କରି ଦିଆଯାଉଥିଲା। ତେଣୁ ଏହା ଜଣାପଡ଼ି ନ ଥିଲା। ଏବେ ଏହା ସ୍ପଷ୍ଟ ହେବା ପରେ ଅଧିକ ତଦନ୍ତ କରାଯିବ। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ଏ ସମ୍ପର୍କରେ ଜଣାଇବେ। ଏଥିପୂର୍ବରୁ ପାନ୍ନା ପୋଲିସ ଢେଙ୍କାନାଳରେ ଚଢ଼ାଉ କରି ବର୍ଷକ ଭିତରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଢେଙ୍କାନାଳରେ ଗଞ୍ଜେଇ କାରବାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଧାକର ଦାସ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ମୋବାଇଲ ସିମ୍‌ ଅଦଳବଦଳ କରି ଯୋଗାଯୋଗ କରୁଥିବାବେଳେ ପୋଲିସ ଟ୍ରାକ୍‌ କରି ସେମାନଙ୍କ ବିଷୟରେ ସୂଚନା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଜୟ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଶହୀଦ ରଞ୍ଜନ ଦାଶଙ୍କ ନବମ ଶହୀଦ ବାର୍ଷିକୀ...

ରାଷ୍ଟ୍ରୀୟ ନୂଆବର୍ଷରେ ନୂଆ ଯୋଜନାର ଶୁଭାରମ୍ଭ, ଗରିବଙ୍କୁ ମିଳିବ ଘର

ଦାରିଙ୍ଗବାଡ଼ି,୩୦ା୩(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନି୍ଂସ ମାଧ୍ୟମରେ ହୋଇଯାଇଛି।...

OPSC ପରିଚାଳିତ ପରୀକ୍ଷାରେ ପୁଣି ତ୍ରୁଟି ଅଭିଯୋଗ

କଟକ,୩୦ା୩: OPSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି...

ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ

ମୁରିବାହାଲ,୩୦।୩: ବଲାଙ୍ଗୀର ଜିଲା ମୁରିବାହାଲ ଥାନା ସେମିଲପାଲି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ ଏବଂ ଯୁବକଙ୍କ...

ପାଳନ ହେଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ପଦ୍ମପୁର,୩୦ା୩(ପ୍ରଦୀପ୍ତ ଦାଶ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ...

କେନ୍ଦୁଝରର ୧୩ ବ୍ଲକରେ ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା

କେନ୍ଦୁଝର,୩୦ା୩: ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ସମସ୍ତ ୧୩ଟି...

କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି...

ଖଜୁରୀପଡ଼ାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଖଜୁରୀପଡ଼ା,୩୦ା୩(ବିଦୁର ବେହେରା): ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର କଳାହାଣ୍ଡି ଜିଲାରୁ ଆରମ୍ଭ ହୋଇଛି ଏହି ଯୋଜନା। ୫୦...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image