ଅବସାଦଗ୍ରସ୍ତ ଯୁବପିଢ଼ି

ଡ. ବାସନ୍ତୀ ମହାନ୍ତି

ସୁଶାନ୍ତ ସିଂ ରାଜପୁତଙ୍କ ପରେ ଓଡ଼ିଶାରେ ହାର୍ଦ୍ଦିକ ପଟ୍ଟନାୟକଙ୍କ ଆମତ୍ହତ୍ୟା ସମସ୍ତଙ୍କୁ ବେଦନାବ୍ୟଥିତ କରିଦେଇଛି, ଦୁହେଁ ଉଦୀୟମାନ ମେଧାବୀ ଛାତ୍ର ଥିଲେ। ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ସ୍ବଇଚ୍ଛାରେ ଗ୍ଲାମରସ ଦୁନିଆକୁ ଆସିଥିଲେ। ଖୁବ୍‌ କମ୍‌ଦିନ ଭିତରେ ନିଜ ପ୍ରତିଭା ପ୍ରଦର୍ଶନ କରି ବେଶ୍‌ ନଁା କମେଇ ପାରିଥିଲେ। ପ୍ରତିଯୋଗିତାପୂର୍ଣ୍ଣ ରାସ୍ତାରେ ଝଡ଼ଝଞ୍ଜା ଓ ଷଡ଼ଯନ୍ତ୍ରର ଶିକାର ହୋଇ ଅବସାଦଗ୍ରସ୍ତ ହେଲେ। ଏତେ ପ୍ରତିଭାଶାଳୀ ହେବା ସତ୍ତ୍ୱେ ସେ ଉତୁରିପାରିଲେ ନାହିଁ ବିଷାଦବାଦରୁ। ଲକ୍‌ଡାଉନ୍‌ରେ ଆହୁରି ଘନୀଭୂତ କଲା ତାଙ୍କ ମାନସିକ ଚାପ। ଶେଷରେ ସେ ଆମତ୍ହତ୍ୟା ନିଷ୍ପତ୍ତି ନେଲେ। ହାର୍ଦ୍ଦିକ ପଟ୍ଟନାୟକ ମଧ୍ୟ ପ୍ରତିଭାବାନ୍‌ ଛାତ୍ର। କୃତିତ୍ୱର ସହ ଇଞ୍ଜିନିୟରିଂ ପାସ୍‌ ପରେ ବାଙ୍ଗାଲୋରରେ ରହୁଥିଲେ ଚାକିରି ସନ୍ଧାନରେ। କରୋନାଜନିତ ଲକ୍‌ଡାଉନ୍‌ ସମୟରେ ବାଙ୍ଗାଲୋରରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କ ସୁଇସାଇଡାଲ୍‌ ନୋଟ୍‌ରେ ସେ ନିଜ ବ୍ୟକ୍ତିଗତ ବ୍ୟର୍ଥତା ହିଁ ଆମତ୍ହତ୍ୟାର ହେତୁ ବୋଲି ଦର୍ଶାଇଛନ୍ତି।
ସୁଶାନ୍ତ ଉଚ୍ଚବର୍ଗର ଥିବାବେଳେ ହାର୍ଦ୍ଦିକ ଥିଲେ ନିମ୍ନ ମଧ୍ୟବିତ୍ତ ବର୍ଗର। ଦୁହିଁଙ୍କର ଖାଦ୍ୟ, ବସ୍ତ୍ର ଓ ବାସଗୃହର ଅଭାବ ନ ଥିଲା, ଆହୁରି ବର୍ଷେ କାଳ ଲକ୍‌ଡାଉନ୍‌ ରହିଲେ ବି ଏ ଦୁହିଁଙ୍କର ଖାଇବା ପିନ୍ଧିବା ରହିବାରେ କିଛି ଅସୁବିଧା ହୋଇ ନ ଥାନ୍ତା, ତଥାପି ଏମାନଙ୍କୁ ଅବସାଦ ଗ୍ରାସକଲା। ଜୀବନକୁ ଭଲ ପାଇପାରିଲେ ନାହିଁ। ବଞ୍ଚତ୍ବା ସେମାନଙ୍କ ପାଇଁ ଦୁର୍ବିଷହ ହୋଇପଡିଲା। ମୁକ୍ତି ଚାହିଁଲେ ଜୀବନରୁ। ଲକ୍‌ଡାଉନ୍‌ ଅନ୍ତେ ନୂଆ କରି ଜୀବନକୁ ଗଢ଼ିବାର ପ୍ରୟାସ କଲେ ନାହିଁ।
ଇୟେ ଆରମ୍ଭ ମାତ୍ର। ଈଶ୍ୱର କରନ୍ତୁ, ଆଉ ଏପରି ହୃଦୟବିଦାରକ ଖବର ନ ଆସୁ। ଏଇଠୁ ଶେଷ ହୋଇଯାଉ ଏ ସାମାଜିକ ସଙ୍କଟ। ଲକ୍‌ଡାଉନ୍‌ ଭାରତୀୟ ଅର୍ଥନୀତିକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ରାସ୍ତାଘାଟରେ ଲକ୍ଷ ଲକ୍ଷ ଦରିଦ୍ର ନିରନ୍ନ ଜନତାଙ୍କର ଡହଳ ବିକଳର ଛାତିଫଟା ଦୃଶ୍ୟ କେବେ କେଉଁ କାଳେ ଦେଖା ନ ଥିଲା। ସାରା ଭାରତରେ ଲକ୍ଷ ଲକ୍ଷ ଶୂନ୍ୟବିତ୍ତ ମଣିଷ ଯାହାର ମୁଣ୍ଡ ଉପରେ ଛାତ ନ ଥିଲା, ଖାଇବା ପାଇଁ ଦାନା ନ ଥିଲା, ତଥାପି ବଞ୍ଚତ୍ବା ପାଇଁ ସେମାନେ ଯେପରି ଡହଳ ବିକଳ ହେଉଥିଲେ ସେମାନଙ୍କଠାରୁ ଆମର ଯଥେଷ୍ଟ ଶିଖିବାର ଅଛି। ସେମାନେ ଜୀବନ ପାଇଁ ଧାଉଁଥିଲେ। ସେମାନେ ଯେମିତି ଜୀବନକୁ ଭଲ ପାଇଛନ୍ତି ଆମେ ପାଉ ନାହଁୁ। ନୈରାଶ୍ୟବୋଧ, ଅନିଶ୍ଚିତ ଭବିଷ୍ୟତ, ଆତଙ୍କପ୍ରଦ ବର୍ତ୍ତମାନ ସେମାନଙ୍କଠାରୁ ଜୀବନ ପ୍ରତି ମମତା ଛଡାଇ ନେଇପାରି ନ ଥିଲା, ବଞ୍ଚତ୍ବାର ମୋହ ସେମାନଙ୍କୁ ଭୋକଶୋଷରେ ଖାଲି ପାଦର ସାହାରାରେ ଶହ ଶହ କିଲୋମିଟର ଚାଲିବାର ଯେଉଁ ପ୍ରେରଣା ଦେଲା ତାହା ଅତୁଳନୀୟ। ଜୀବନବିମୁଖ ମଣିଷ ପାଇଁ ଏହା କମ୍‌ ଉପାଦେୟ ନୁହେଁ।
ଜୀବନର ଅନ୍ୟନାମ ସଂଘର୍ଷ, ସଫଳତା ଓ ବିଫଳତା ଉଭୟ ଜୀବନକୁ ମହିମାମଣ୍ଡିତ କରିଥାଏ। ଯେ ବିଫଳତାର ସ୍ବାଦ ଚାଖିନାହିଁ ସଫଳତା ତା’ ପାଇଁ ଅବସାଦକର। ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାର ସସାଗରା ଧରା ବିଜୟ ଲାଭ କରିସାରି ଶେଷରେ କାନ୍ଦି ପକେଇଥିଲେ, କାରଣ ତାଙ୍କ ପାଇଁ ଆଉ ଜୟ କରିବାକୁ ଭୂମି ନାହିଁ। ସେହିପରି ସାମାନ୍ୟ ବିଫଳତାରେ ବିଚଳିତ ହୋଇ ଆମତ୍ହତ୍ୟା କରିବସିଲେ ସଫଳତାର ରାସ୍ତା ଚିରକାଳ ପାଇଁ ବନ୍ଦ ହୋଇଯିବ।
ବିଶ୍ୱର ସବୁଠାରୁ ବିଳାସମୟୀ ନାରୀ ଡାଏନା, ଯିଏ ପରବର୍ତ୍ତୀ କାଳରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ସେ ଦୁର୍ଘଟଣା ପୂର୍ବରୁ ପାଞ୍ଚଥର ଆମତ୍ହତ୍ୟା ପ୍ରୟାସ କରିଥିଲେ। ସଫଳତାର ଶୀର୍ଷ ସୀମାରେ ପହଞ୍ଚିଥିବା ଅଭିନେତା ରବିନ୍‌ ୱିଲିଅମ୍‌ ଓ ଗାୟକ ଚେଷ୍ଟରଟନ୍‌ ଅବସାଦପୀଡିତ ହୋଇ ଆମତ୍ହତ୍ୟା କରିଥିଲେ। ଉଚ୍ଚ ଅଭିଳାଷ ଚରିତାର୍ଥ ହୋଇଗଲେ ଜୀବନର ଉଦ୍ଦେଶ୍ୟ ସରିଯିବା ପରି ଲାଗେ। ବ୍ୟକ୍ତି ଆମତ୍ହତ୍ୟା କରି ବସେ। ଉଚ୍ଚାଭିଳାଷ ଚରିତାର୍ଥ ହୋଇ ନ ପାରିଲେ ମଣିଷର ଆମତ୍ହତ୍ୟା ପ୍ରବୃତ୍ତି ଜାଗେ। ମାର୍ଟିନ୍‌ ଲୁଥର କିଙ୍ଗ୍‌ ୧୩ ବର୍ଷ ବୟସରେ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ହ୍ୟାରି ପୋଟର୍‌ ଲେଖକ ଜେ.କେ. ରାଓଲିଂ ମଧ୍ୟ ସେହି ଉଦ୍ୟମ କରିଥିଲେ। ଏବେ ବିଶ୍ୱରେ ସବୁଠାରୁ ଅଧିକ ବିକ୍ରି ହେଉଛି ତାଙ୍କ ବିରଚିତ ପୁସ୍ତକ। ଜନ୍‌ କିଟ୍‌ସ୍‌ ମଧ୍ୟ ଯୁବାବସ୍ଥାରେ ଆମତ୍ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ସେ ଇଂଲିଶ ସାହିତ୍ୟରେ ଜଣେ ପ୍ରତିଷ୍ଠିତ କବି ହେବାର ପ୍ରସିଦ୍ଧି ଲାଭ କରିଥିଲେ। ଲର୍ଡ କ୍ଲାଇବ୍‌ ଅନୁରୂପ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ଭାରତ ଆସି ଜଣେ ଦକ୍ଷ ପ୍ରଶାସକ ଭାବରେ ସୁନାମ ଅର୍ଜନ କରିଥିଲେ। ଏମିତି ଅନେକ ସଫଳ ମଣିଷ ଅଛନ୍ତି, ଯେଉଁମାନେ ଆମତ୍ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇ ପରେ ସଫଳତାର ଶୀର୍ଷ ସ୍ଥାନକୁ ଯାଇପାରିଥିଲେ। ଦୁର୍ଭାଗ୍ୟକୁ ଯଦି ସେମାନଙ୍କର ମୃତ୍ୟୁ ହୋଇଥା’ନ୍ତା ସେମାନଙ୍କ ଅବଦାନରୁ ମଣିଷ ସମାଜ ବଞ୍ଚତ୍ତ ହୋଇଥା’ନ୍ତା।
ଜୀବନ ଖୁବ୍‌ ସୁନ୍ଦର। କେବଳ ବଞ୍ଚତ୍ଜାଣିଲେ ହେଲା। ବଞ୍ଚତ୍ବାର କଳାକୌଶଳ ହାସଲ କରିବା ଏମିତି କିଛି ବଡ଼ କଥା ନୁହେଁ। ଜୀବନକୁ ଅତିଶୟ ଭଲ ପାଇଲେ, ଜୀବନ ପ୍ରତି ମମତା ଜାଗିଲେ ଆପେ ଆପେ ବଞ୍ଚତ୍ବାର ବାଟ ଫିଟିଯାଏ। ମହାଭାରତ ଯୁଦ୍ଧରେ ଅର୍ଜୁନ ଆମତ୍ୀୟସ୍ବଜନଙ୍କୁ ଶତ୍ରୁ ପକ୍ଷରେ ଦେଖି ସେମାନଙ୍କୁ ବଧ କରିବାର ଦ୍ୱନ୍ଦ୍ୱରେ ବିଷାଦଗ୍ରସ୍ତ ହୋଇପଡିଥିଲେ। ତାଙ୍କୁ ବୁଝେଇବା ପାଇଁ ଶ୍ରୀକୃଷ୍ଣଙ୍କୁ ୧୮ ଅଧ୍ୟାୟ ଗୀତାର ବୟାନ କରିବାକୁ ପଡିଥିଲା। ସେଇ ଗୀତା ଏବେ ଅବସାଦଗ୍ରସ୍ତ ମଣିଷମାନଙ୍କ ପାଇଁ ଶ୍ରେଷ୍ଠ ସମ୍ପଦ ହୋଇ ରହିଛି। ଅର୍ଜୁନ ଯିଏ ବିଶ୍ୱର ପ୍ରଥମ ଅବସାଦଗ୍ରସ୍ତ ମଣିଷ ସେଇ ଗୀତାର ପ୍ରଭାବରେ ବିଶ୍ୱର ଶ୍ରେଷ୍ଠ ଯୋଦ୍ଧାର ମାନ୍ୟତା ପାଇଥିଲେ।
ଆମ ଜୀବନଧାରାକୁ ଶୃଙ୍ଖଳିତ କରିବା ପାଇଁ ଆମ ପାଖରେ ଦୁଇଟି ଅମୂଲ୍ୟ ସମ୍ପଦ ଆମ ପୂର୍ବ ପୁରୁଷମାନେ ଛାଡିଦେଇ ଯାଇଛନ୍ତି, ଗୋଟିଏ ହେଲା ରାମାୟଣ ଓ ଅନ୍ୟଟି ମହାଭାରତ। ରାମାୟଣ କେମିତି ବଞ୍ଚତ୍ବାକୁ ହୁଏ ସେକଥା କହେ। ନୀତି ନିୟମର ପରିସର ଭିତରେ ରହି ସତ୍ୟରକ୍ଷା, ରାଜାର କର୍ତ୍ତବ୍ୟ, ଭାଇ, ପୁତ୍ର, ପତ୍ନୀ, ମାଆମାନଙ୍କର କର୍ତ୍ତବ୍ୟ ଆଦି କଥା, ବନ୍ଧୁ ଓ ସେବାକାରୀଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କଥା କହେ। କିନ୍ତୁ ମହାଭାରତରେ ଏହି ସବୁ ପରିସ୍ଥିତିକୁ କୌଶଳପୂର୍ଣ୍ଣ ଊପାୟରେ କେମିତି ଅତିକ୍ରାନ୍ତ କରିବାକୁ ହୁଏ, ସବୁ ବାଧା ବନ୍ଧନକୁ ସକାରାମତ୍କ ସ୍ପର୍ଶ ଦେଇ କେମିତି କାଟିବାକୁ ହୁଏ ସେ କଥା ରହିଛି। କେତେବେଳେ ଜୀବନ ପାଇଁ କେଉଁ ପ୍ରକାର କର୍ତ୍ତବ୍ୟ ସ୍ଥିର କରାଯିବ ସେ କଥା ସମୟ କହିବ। ଗୋଟାଏ ବିନ୍ଦୁରେ ଅଟକିଗଲେ ଜୀବନ ତୁଚ୍ଛ ଲାଗେ। ସମାଜ ଭୟ ଦେଖାଏ। ସମସ୍ୟା କାଳ ହୋଇ ଆମକୁ ଗ୍ରାସ କରିଦିଏ। ଆମେ ବିଧ୍ୱସ୍ତ ହେଇଯାଉ।
ଆମେ ସଜାଗ ରହିବା। ପ୍ରତିକୂଳ ପରିସ୍ଥିତିର ଗତିବିଧି ଦେଖି ଆମର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ। କରୋନା ଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। କିନ୍ତୁ ଆମେ ସେଇଠି ଅଟକିଯିବା ନାହିଁ। ଆମକୁ ପରସ୍ପର ସହଯୋଗରେ ଆମତ୍ନିର୍ଭରଶୀଳ ହୋଇ ଆବଶ୍ୟକତାର ସାମ୍ନା କରିବାକୁ ହେବ। ଆମକୁ ପୁଣି ନିରନ୍ନଙ୍କ ମୁହଁରେ ଅନ୍ନ ଦେବାକୁ ହେବ। କାମିକାଙ୍କ ହାତକୁ କାମ ଦେବାକୁ ହେବ। ସେଥିପାଇଁ ଆବଶ୍ୟକ ମନୋବଳ ଓ ଆମତ୍ବିଶ୍ୱାସ। ମନୋବଳ ଦୃଢ଼ ଥିଲେ କୌଣସି ବିପର୍ଯ୍ୟୟ ଆମକୁ ବିପର୍ଯ୍ୟସ୍ତ କରିପାରିବ ନାହିଁ। ଉଇ ହୁଙ୍କାଟିଏ ବି ସମୟକ୍ରମେ ହିମାଳୟ ରୂପ ନେବ। କିନ୍ତୁ ଯଦି ମନୋବଳ ଦୁର୍ବଳ ହୋଇଯାଏ ତେବେ ଶତ ଶତ ହିମାଳୟ ମଧ୍ୟ ଭାଙ୍ଗିତୁଟି ଯିବାପାଇଁ ମୁହୂର୍ତ୍ତେ ଲାଗିବ ନାହିଁ।
୨୧୩, ବ୍ଲକ୍‌ -ସି, ଏମେରାଲ୍ଡ ଆପାର୍ଟମେଣ୍ଟ,
ଲକ୍ଷ୍ମୀସାଗର, ଭୁବନେଶ୍ୱର, ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri