Categories: ରାଜ୍ୟ

ଲୋକସେବା ଭବନରୁ କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଶୁକ୍ରବାର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କରିଛନ୍ତି।  ଏହି ଅବସରରେ ସେ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା ପୂର୍ବକ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ରେ ଦସ୍ତଖତ କରି ମନ୍ତ୍ରଣାଳୟ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କୃଷି ଭବନରେ ଚାଲୁଥିଲା ।  ଏଣିକି ବିଭାଗର ସମସ୍ତ କାର୍ଯ୍ୟ ଲୋକସେବା ଭବନ କାର୍ଯ୍ୟାଳୟରୁ ପରିଚାଳିତ ହେବ।

Share