ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସଚେତନତା ସୃଷ୍ଟି କରିବା ଲାଗି ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ରବିବାର ସାଇକେଲ ରାଲିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରାହାଗିରି ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।
ଏକ ବିଦ୍ୟୁତ୍ ଚାଳିତ ସାଇକେଲ ଚଳାଇ ସିସୋଦିଆ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ରୋକିବା ଲାଗି ଲୋକେ ପ୍ରତିଦିନ ନ ହେଲେ ସପ୍ତାହରେ ଥରେ ଅବା ମାସରେ ଥରେ ସାଇକେଲ ଚଳାଇଲେ ଏହାଦ୍ୱାରା ଅନ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିବ। ପରବର୍ତ୍ତୀ ସମୟରେ ସେମାନେ ବାୟୁ ପ୍ରଦୂଷଣ କମ୍ କରିବା ଭଳି କାର୍ଯ୍ୟକୁ ପ୍ରାଥମିକତା ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।