ଦିଲ୍ଲୀ ବାଣିଜ୍ୟ ମେଳାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଣିଜ୍ୟ ମେଳା। ମେଳାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଓଡ଼ିଶା ପାଇଁ ମେଳାକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମେଳାର ବିଭିନ୍ନ ଷ୍ଟଲ ବୁଲିବା ସହ କନ୍ଧମାଳ ଜିଲା ଦାରିଙ୍ଗବାଡିରୁ ଯାଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିକ୍ରୟ କେନ୍ଦ୍ର ବୁଲି ଦେଖିଥିଲେ। ଦାରିଙ୍ଗବାଡିର ଲକ୍ଷପତି ଦିଦି ଝରଣା ସାହୁଙ୍କ ସହ କନ୍ଧମାଳ ହଳଦୀ ଗୁଣ୍ଡ ଓ ହଳଦୀ ସମ୍ପର୍କରେ ଆଲୋଚନା କରିଥିଲେ। ଲକ୍ଷ୍ୟପତି ଦିଦି ଝରଣା ଉପମୁଖ୍ୟମନ୍ତ୍ରୀଙ୍କୁ ହଳଦୀ ଓ ଅନ୍ୟ ସାମଗ୍ରୀ ସମ୍ପର୍କରେ ଅବଗତ କରାଇଥିଲେ।

ପ୍ରକାଶ ଯେ, ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଏହି ବାଣିଜ୍ୟ ମେଳାରେ ୧୧ଟି ଦେଶ ଓ ୩୩ଟି ରାଜ୍ୟ ଅଂଶ ଗ୍ରହଣ କରୁଥିବା ବେଳେ ଏହା ଆସନ୍ତା ୨୭ ପର୍ଯ୍ୟନ୍ତ ଚାଲିବ। ମେଳାରେ କନ୍ଧମାଳ ହଳଦୀର ଚାହିଦା ରହିଥିବା ଲକ୍ଷପତି ଦିଦି ଝରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

ଭାରତକୁ ଚେତାବନୀ ଦେଲେ ପନ୍ନୁ: କହିଲେ, ଆମେ ପାକିସ୍ତାନ ସହ ଅଛୁ

ଓ୍ବାଶିଂଟନ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପାକିସ୍ତାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

ଭାରତ ସହ ଯୁଦ୍ଧ ନ କରିବା ଭଲ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି ଉପଦେଶ ଦେଲ ବଡ଼ ଭାଇ

ଇସଲାମାବାଦ୍‌,୨୮।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସଭାପତି ନୱାଜ ସରିଫଙ୍କୁ ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି...

ପାକିସ୍ତାନ ସାହାଯ୍ୟ ମାଗିବା ପରେ Pahalgam Attackକୁ ନେଇ ପ୍ରଥମ ରିଆକ୍ସନ ଦେଲା ଚାଇନା

ବେଜିଂ,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ ରଖିବା ନେଇ ପାକିସ୍ତାନ ଚିନ୍ତିତ। ଭାରତ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନର...

ସୁସ୍ଥ ହୃତ୍‌ପିଣ୍ଡ ଅନ୍ତରାଳେ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ...

୪୦ ମିନିଟ ପର୍ଯ୍ୟନ୍ତ ମୋଦି-ରାଜନାଥ ମାରାଥନ ଚର୍ଚ୍ଚା: ହୋଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image