ବଲାଙ୍ଗୀରରେ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା:  ଜମି ଦଖଲ କରିଥିବା ଲୋକ ଯେତେ ପ୍ରଭାବ ଶାଳୀ ହେଲେ ବି…

ବଲାଙ୍ଗୀର,୨୮।୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଜିଲାର ରାଜସ୍ବ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବଲାଙ୍ଗୀର ଡିଏଫଓ ସମ୍ମିଳନୀ କକ୍ଷଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବଲାଙ୍ଗିର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟସଭା ଏମ୍‌ପି ନିରଞ୍ଜନ ବିଶି, ଜିଲାପାଳ ଗୌରୱ ଶୀୱାଜୀ ଇସାଲୱାର , ଅତିରିକ୍ତ ଜିଲାପାଳ ପବିତ୍ର ବେହେରା , ଅତିରିକ୍ତ ଜିଲାପାଳ  ବିଜୟାନନ୍ଦ ସେଠୀ,  ଟିଟିଲାଗଡ ଉପଜିଲାପାଳ ରେହାନ ଖେତ୍ରୀ, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲ , ପାଟଣାଗ ଉପଜିଲ୍ଲାପାଳ ସୁନିଲ ମେହେର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ କୁଜୂର, ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ , ଆସିଷ୍ଟାଣ୍ଟ କଲେକ୍ଟର (ରାଜସ୍ବ) ସରିତା ରାଣୀ ଶତପଥି, ଜିଲାର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ତହସିଲ ଅଫିସରୁ ଯେପରି କୌଣସି ଲୋକ ଆସି ନ ଫେରୁ ସେ ବାବଦରେ ସମସ୍ତ ତହସିଲଦାରଙ୍କୁ ଟୁର ଡାଏରୀ ପ୍ରଦର୍ଶିତ କରିବାକୁ କହିଥିଲେ। ଆଗମୀଦିନରେ ରାଜସ୍ବ ବିଭାଗ କିପରି ଲୋକଙ୍କ ନିକଟତର ହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ। ତହସିଲଦାର ଏବଂ ରାଜସ୍ବ କର୍ମଚାରୀ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେବା ସହ ଲୋକାଭିମୁଖୀ ଯୋଜନା ଗୁଡିକ ପ୍ରଣୟନ ନିମନ୍ତେ ଦାୟିତ୍ୱବାନ ହେବାକୁ କହିଥିଲେ। ଆଗମୀ ଦିନରେ ରାଜସ୍ବ ବିଭାଗ ମୋବାଇଲ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି ବୋଲି ସୂଚନା ଦେଇଥିଲେ।
ସେହିପରି ଅସାଧୁ ଆକାରରେ ଆଦିବାସୀ ଜମି ହଡପ କରୁଥିବା ଲୋକଙ୍କ ପ୍ରତି ସରକାର କଡା ପଦକ୍ଷେପ ନେବେ ବୋଲି ଜଣେଇଛନ୍ତି। ଯଦି କୌଣସି ଜାଗାରେ ସରକାରୀ ଜାଗା ପାଖରେ ସ୍କୁଲ କିମ୍ବା କଲେଜ ଅଛି ସେହି ଜାଗା ସ୍କୁଲ ଖେଳପଡିଆ କିମ୍ବା ଅନ୍ୟାନ୍ୟ  ବ୍ୟବହାରରେ ଲଗାଇବା ପାଇଁ କହିଥିଲେ। ସେହିପରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜବରଦଖଲ ମୁକ୍ତ କରିବା ପାଇଁ ବଲାଙ୍ଗୀର ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ପରେ ଲୋୟର ସୁକତେଲ , ପାଟଣାଗଡ଼ ବାଇପାସ , ଟିଟିଲାଗଡ଼ ବାଇପାସ , ଏନଏଚ, ରେଳ ଆଦି ବିଭାଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରୀ ଜମି ଦଖଲ କରିଥିବା ଲୋକ ଯେତେ ପ୍ରଭାବ ଶାଳୀ ହେଲେ ବି ରାଜସ୍ବ ବିଭାଗ କାହାକୁ ଛାଡ଼ିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ।

Share