Categories: ଜାତୀୟ

‘ଦିଲ୍ଲୀର ବିଧାୟକଙ୍କୁ କିଣିବାକୁ ରହିଛି ୧୦୭୫ କୋଟି ଟଙ୍କା’… ମନିଷ ସିସୋଡିଆ

ନୂଆଦିଲ୍ଲୀ,୨୯ ।୧୦: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଖୁବ୍ କମ୍ ଦିନ ମଧ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଲଗାତାର ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ଚାଲିଛି । ଶନିବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏକ ପ୍ରେସ କନଫରେନ୍ସରେ ଭାଜପା ଉପରେ ବିଧାୟକଙ୍କୁ କିଣିବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନାଁ ନେଇ କହିଛନ୍ତି, ଯଦି ସେ ଏଥିରେ ସମ୍ପୃକ୍ତ ଅଛନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ।

ମନିଷ ସିସୋଡିଆ କହିଛନ୍ତି, ଦିଲ୍ଲୀରେ ୪୩ ବିଧାୟକଙ୍କ ପାଇଁ ୧୦୭୫ କୋଟି ଟଙ୍କା ରଖାଯାଇଛି । ମୋର ସିଧାସଳଖ ପ୍ରଶ୍ନ ଏମାନଙ୍କ ନିକଟରେ ଏତେ ଟଙ୍କା ଆସିଲା କେଉଁଠୁ । ୧୦୦୦କୋଟି ଟଙ୍କା ଜରିଆରେ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି, ଏହାର ଯାଞ୍ଚ ହେବା ଜରୁରୀ ।

Share