ଡେପୁଟି କଲେକ୍ଟରଙ୍କ ଲମ୍ବିଛି ସମ୍ପତ୍ତି ଲିଷ୍ଟ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି।
ଭୁବନେଶ୍ବର ଓ ବାଲେଶ୍ବରରେ ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ପିଲ୍ଲାଙ୍କ ୪ଟି ଫ୍ଲାଟ ରହିଥିବା ବେଳେ ଭୁବନେଶ୍ବର, ବୀରମହାରାଜପୁର ଓ ବାଲିଆପାଳରେ ୬ଟି ପ୍ଲଟ ରହିଛି। ଭିଜିଲାନ୍ସ ଚଢ଼ାଉ ବେଳେ ଘରୁ ନଗଦ ୮୭,୭୮୫ଟଙ୍କା ଜବତ ହୋଇଛି। ଏହାଛଡ଼ା ୨ଟି ଚାରିଚକିଆ ଓ ୩ଟି ଦୁଇଚକିଆ ଯାନ ଠାବ ହୋଇଛି । ବ୍ୟାଙ୍କ ଓ ବୀମାଜମା ସମ୍ପର୍କିତ ତଥ୍ୟ ନେଇ ଚାଲିଛି ଯାଞ୍ଚ ।

Share