ବନ୍ଧାହେଲେ ଖଣି ଉପନିର୍ଦ୍ଦେଶକ, ଘରେ କରିଥିଲେ ଟଙ୍କାର ଖଣି

ଭୁବନେଶ୍ୱର,୩।୯: ବନ୍ଧାହେଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ  ତାଙ୍କୁ ଗିରଫ କରାଯାଇଛି। ସୋମବାର ଚଢ଼ାଉ ହୋଇଥିଲା। ଖଣି ଉପନିର୍ଦ୍ଦେଶକଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କମ୍ପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା।

ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ ଜାରି ରହିଥିଲା।  ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କାର ଗନ୍ତା ଘର ମିଳିଛି। ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ।

ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା। କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। କେନ୍ଦୁଝର, ଅନଗୋଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ବାବୁଙ୍କର୍‌ ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇ ଭିଜିଲାନ୍ସ ଆଖିଆଗକୁ ଆସିଛନ୍ତି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।

 

Enter your email to get our daily news in your inbox.


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri