ଡ୍ରଗ୍ସ ମାମଲାରେ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିଥିବା ଏନ୍‌ସିବି ଉପ ନିର୍ଦ୍ଦେଶକ କରୋନା ପଜିଟିଭ

ମୁମ୍ବାଇ,୪ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି)ର ଉପନିର୍ଦ୍ଦେଶକ କେପିଏସ୍ ମାଲହୋତ୍ରା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିଲେ । କରୋନାରେ ଆକ୍ରାନ୍ତ ହେବା ପରେ ସେ ମୁମ୍ବାଇରୁ ଦିଲ୍ଲୀ ଚାଲିଆସିଛନ୍ତି । ଡ୍ରଗ୍ସ ମାମଲାରେ ବଲିଉଡ୍‌ର କେତେଜଣ ଚର୍ଚ୍ଚିତ ଚେହେରାଙ୍କୁ ସେ ଜେରା କରିଥିଲେ । ନିକଟରେ ଏହି ମାମଲାରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନ, ରକୁଲ ପ୍ରିତ ସିଂ, ସାରା ଅଲ୍ଲି ଖାଁ, ଶ୍ରଦ୍ଧା କପୁର ଆଦିଙ୍କୁ ସେ ପଚରା ଉଚରା କରିଥିଲେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏହି ଡ୍ରଗ୍ସ ମାମଲାରେ ବଲିଉଡ୍‌ର ଆଉ କେତେଜଣ ସେଲିବ୍ରିଟି ଏନ୍‌ସିବି ରାଡାରରେ ରହିଛନ୍ତି ।

Share