ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଇଡିକଲ୍ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ୱର, କୋରାପୁଟ, ରାୟଗଡା, ନୟାଗଡ ସମେତ ୭ଟି ସ୍ଥାନରେ ଏହି ଚଢାଉ ଚାଲିଛି।
ସାନ୍ତରାଙ୍କର ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ଜୟଦେବ ବିହାରର ରହିଛି ୪ ମହଲା ବିଲ୍ଡିଂ । ଅନ୍ୟପକ୍ଷେ, ଭିଜିଲାନ୍ସ ଅଧିକାରୀ କୋରାପୁଟରେ ସୁଙ୍କି ସ୍ଥିତ ଘର ଏବଂ କୋରାପୁଟର ସୀମାଗୋଡା ଅଫିସରେ ଚଢାଉ ଜାରି ରଖିଛନ୍ତି। ସେହିପରି ନୟାଗଡ ଥିବା ପୈତୃକ ଘର ଓ ରାୟଗଡା ଥିବା ଶ୍ୱଶୁର ଘରେ ମଧ୍ୟ ଚଢାଉ ହୋଇଥିବା ଜଣାପଡିଛି। ଏହି ଚଢାଉରେ ଜଣେ ଡେପୁଟି ଏସ୍ପି, ୪ଜଣ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର ଏବଂ ୭ ଜଣ ଏଏସ୍ଆଇ ସାମିଲ ଅଛନ୍ତି।