ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର

କେନ୍ଦୁଝର,୨୧।୯(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଏକ ସାଙ୍ଗରେ ତାଙ୍କର ଘଟଗାଁ, ରିମୁଳି ଓ କେନ୍ଦୁଝର ସ୍ପଞ୍ଜ କଲୋନୀସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। କେନ୍ଦୁଝର ୟୁନିଟ୍‌ର ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ ଏହା ସୂଚନା ଦେଇଛନ୍ତି। ଯାଞ୍ଚ ପରେ ସମୁଦାୟ ସମ୍ପତ୍ତିର ମୂଲ୍ୟ ଓ ଅନ୍ୟାନ୍ୟ ତଥ୍ୟ ଜଣା ପଡ଼ିବ।

Share