Categories: ଜାତୀୟ

ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!

ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ ଦିନ ପାଇଁ ପାରୋଲ ମିଳିଥିବା ଜଣାପଡିଛି । ହରିୟାଣା ସରକାର ଗୋଟିଏ ଦିନ ପାଇଁ ତାଙ୍କୁ ଏହି ପାରୋଲ ଦେଇଥିଲେ । ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ସେ ରୋହତକର ସୁନରିୟା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କ ମା’ଙ୍କ ଚିକିତ୍ସା ଚାଲୁଥିବାରୁ ରୋଗୀଣା ମା’ଙ୍କୁ ଦେଖିବା ପାଇଁ ତାଙ୍କୁ ଗୋଟିଏ ଦିନର ପାରୋଲ ମିଳିଥିବା କୁହାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାମ ରହିମଙ୍କୁ ସେଠାକୁ ନିଆଯାଇଥିଲା । ସକାଳୁ ସନ୍ଧ୍ୟା ପଯ୍ୟନ୍ତ ସେଠାରେ ସେ ତାଙ୍କ ମା’ଙ୍କ ପାଖରେ ରହିଥିଲେ । ତେବେ ରାମ ରହିମଙ୍କୁ ସୁରକ୍ଷା ଦେବାକୁ ହରିୟାଣା ପୋଲିସର ୩ଟି ଟିମ୍ ମୁୟନ ହୋଇଥିଲେ । ଗୋଟିଏ ଟିମରେ ୮୦-୧୦୦ ଯବାନ ଥିଲେ ।

Share