ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ର

ଡେରାବିଶ, ୮।୧୧(ବେବର୍ତ୍ତା ଅଜୟ ଦାସ): ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏହି ବିଭାଗ ଅଧୀନରେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଖୋଲା ଯାଇଥିବା ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ।
ବ୍ଲକରେ ୨୦୨୨ ଶିକ୍ଷାବର୍ଷରେ ସ୍ଥାନୀୟ ଚାଟରାଚକଡ଼ା ପଞ୍ଚାୟତରେ ବନ୍ଦ ହୋଇ ରହିଥିବା ହାପିମେଳକସ୍ଥିତ ଛତାବଟ ବାଳିକା ଉଚ୍ଚବିଦ୍ୟାଳୟରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଦ୍ୱାରା ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟନ ହୋଇଥିଲା। ଆଦର୍ଶ ବିଦ୍ୟାଳୟ ପାଇଁ ବ୍ଲକ ଅଧୀନସ୍ଥ କୁରୁଜଙ୍ଗାଠାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ୭ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଅବଧି ଶେଷ ପରେ ମଧ୍ୟ ନବନିର୍ମିତ ଗୃହ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ଅସ୍ଥାୟୀ ଭାବେ ଚାଲୁଥିବା ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି କରିଛି। ସେହିପରି ଗୋଟିଏ କୋଠରିରେ ବିଦ୍ୟାଳୟ କାର୍ଯ୍ୟାଳୟ ସହ କମନ ରୁମ୍‌ ଚାଲୁଛି। ଶ୍ରେଣୀଗୃହର ଅଭାବ ସହ ପିଲାମାନେ ପାଠ ପଢ଼ିବାକୁ ବେଞ୍ଚ, ଡେସ୍କ ନାହିଁ। ଜିଲା ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷାବିତ୍‌ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ପିଲାଙ୍କ ବେଞ୍ଚ, ଡେସ୍କ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇଛି। ହେଲେ ଛାତ୍ରୀଛାତ୍ରମାନେ ତଳେ ବସି ପାଠ ପଢ଼ିବା ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଦିଗହରା କରିଛି। ଏ ସମ୍ପର୍କରେ ସେପ୍ଟେମ୍ବରରେ ଜିଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ବେଞ୍ଚ, ଡେସ୍କ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଇତିମଧ୍ୟରେ ୨ ମାସ ଅତିକ୍ରମ କରି ସାରିଥିଲେ ସୁଦ୍ଧା ଜିଲା ଶିକ୍ଷାଧିକାରୀ ଏ ଦିଗରେ ପଦକ୍ଷେପ ନ ନେବା ସାଧାରଣରେ ସମସ୍ତଙ୍କୁ ଚିକିତ କରିଛି ବୋଲି ଶିକ୍ଷାବିତ୍‌ ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି। ଏ ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟ ଖୋଲାଯିବା ଇତିମଧ୍ୟରେ ବର୍ଷେ ଅତିକ୍ରମ କଲାଣି। ଶ୍ରେଣୀ ଗୃହରେ ଛାତ୍ରୀଛାତ୍ର ବସି ପାଠ ପଢ଼ିବା ପାଇଁ ଜିଲାପାଳ, ପିଡି ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନ ନେବା ଅତି ଦୁଃଖଦାୟକ ଘଟଣା ବୋଲି ସେ କହିଛନ୍ତି। ଏଥିସହ ଅସ୍ଥାୟୀ ଭାବେ ଚାଲିଥିବା ବିଦ୍ୟାଳୟ ପରିସରରେ ଶୌଚାଳୟଟିଏ ନାହିଁ। ମଧ୍ୟାହ୍ନଭୋଜନ ପାଇଁ ବାରଣ୍ଡାରେ ନଡ଼ିଆ ବାଉଙ୍ଗାର ଅସ୍ଥାୟୀ ଛାମୁଡ଼ିଆ କରାଯାଇ ତଳେ ରୋଷେଇ ଚାଲିଛି। ଏହି ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଗୃହର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଅଭିଭାବକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ଏଭଳି ଛାତ୍ରୀଛାତ୍ରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି କୁଠାରାଘାତ ମନୋଭାବ କାହିଁକି ବୋଲି ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି।
କୁରୁଜଙ୍ଗାଠାରେ ନିର୍ମାଣ ହେଉଥିବା ନବନିର୍ମିତ ଗୃହର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ନେଇଥିବା ଠିକାସଂସ୍ଥା ୨୦୨୧ ସେପ୍ଟେମ୍ବର ୨୧ରୁ କାର୍ଯ୍ୟ ଆରମ୍ଭ କରି ୨୦୨୨ ଅଗଷ୍ଟ ୧୯ ସୁଦ୍ଧା ଶେଷ କରିବାକୁ ଚୁକ୍ତି କରିଥିଲେ। ମାତ୍ର ଇତିମଧ୍ୟରେ ଅବଧି ଶେଷ ହେବାର ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଗୃହ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ବାଇଁଙ୍କୁ ପଚାରିବାରେ ନବନିର୍ମିତ ଗୃହରେ ବିଦ୍ୟାଳୟ ପାଇଁ ୬ଟି କୋଠରି ସହ ଶୌଚାଳୟ ତୁରନ୍ତ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଦେଇଛି। ଏ ନେଇ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପତିଙ୍କୁ ପଚାରିବାରେ ବର୍ତ୍ତମାନ ୬ଟି କୋଠରିର କାର୍ଯ୍ୟ ଶେଷ ହୋଇଥିବା ବେଳେ ଶୌଚାଳୟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବିଦ୍ୟୁତ୍‌, ପାନୀୟ ଜଳ ଓ କୋଠରି ମଧ୍ୟରେ ଟାଇଲ୍‌ କାର୍ଯ୍ୟ ଚାଲିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ବିଦ୍ୟାଳୟ ପାଇଁ ୬ଟି କୋଠରି ହସ୍ତାନ୍ତର ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଅବଧିର ବର୍ଷେ ପରେ ମଧ୍ୟ ଗୃହ କାର୍ଯ୍ୟ ଶେଷ ହେଉ ନ ଥିବା ନେଇ ପଚାରିବାରୁ ଠିକାଦାର ଜଣକ କାର୍ଯ୍ୟରେ ବିଳମ୍ବ କରୁଥିବାରୁ ତାଙ୍କୁ ତୁରନ୍ତ କାର୍ଯ୍ୟ ସାରିବା ନେଇ ବାରମ୍ବାର ଚିଠି କରାଯାଉଛି। ତେବେ ଡିସେମ୍ବର ସୁଦ୍ଧା ଏହି ଗୃହ କାର୍ଯ୍ୟ ଶେଷ ହେବା ନେଇ ସେ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri