ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଅଡୁଆରେ ଅଭିନେତ୍ରୀ

ମୁମ୍ବାଇ,୧୬।୫: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ମରାଠୀ ଅଭିନେତ୍ରୀ କେତକୀ ଚିତାଲେଙ୍କୁ ମହଙ୍ଗା ପଡିଛି।

ଅଭିଯୋଗକକୁ ଭିତ୍ତି କରି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏପରିକି ତାଙ୍କ ବିରୋଧରେ ମୁମ୍ବାଇରେ ଆଉ ୨ଟି ଏବଂ ଆକୋଲାରେ ଗୋଟିଏ ମାମଲା ରୁଜୁ ହୋଇଛି। ପୂର୍ବରୁ ୨୯ ବର୍ଷୀୟା ଅଭିନେତ୍ରୀଙ୍କ ବିରୋଧରେ ଠାଣେ, ପୁଣେ ଓ ଧୁଲେ ଜିଲାରେ ମାମଲା ରୁଜୁ ହୋଇଥିଲା।

Share