Categories: ଜାତୀୟ

ଭାରତରେ ଫ୍ରାନ୍ସ ରାଜପରିବାର ବଂଶଜ

ଭୋପାଳ, ୧୮।୫: ଫ୍ରାନ୍ସର ବିଶାଳ ରାଜବଂଶ ନିଜ ଶାସନ ସମୟରେ ସାରା ୟୁରୋପରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଭର୍ସେଲ୍ସରେ ଥିବା ଏହାର ରାଜପ୍ରାସାଦ ଥିଲା ଅତି ରମଣୀୟ। କିନ୍ତୁ ଫ୍ରାନ୍ସରେ କ୍ରାନ୍ତି ଅଭିଯାନ ଆରମ୍ଭ ହେବା ପରେ ୧୭୯୩ରେ ରାଜତନ୍ତ୍ର ଶେଷ ହୋଇଯାଇଥିଲା। ସେ ସମୟରେ ରାଜା ଥିଲେ ଲୁଇସ୍‌ ଚତୁର୍ଦ୍ଦଶ, ଯାହାଙ୍କୁ ଦି ଲାଷ୍ଟ ବୋଲି କୁହାଯାଏ। ଫ୍ରାନ୍ସରେ ରାଜତନ୍ତ୍ର ଶେଷ ହୋଇଯାଇଥିଲେ ସୁଦ୍ଧା ରାଜବଂଶ ଲୋପ ପାଇନାହିଁ । ଏହି ବିରାଟ ରାଜବଂଶର ବଂଶଜ ଏବେ ଭାରତରେ। ତେବେ ଫ୍ରାନ୍ସ ରାଜପରିବାରର ଉତ୍ତରାଧିକାରୀ ତଥା ଫ୍ରାନ୍ସର ରାଜା ଏବେ ଭାରତରେ ଥିବା କଥା ଗ୍ରୀସ୍‌ ରାଜକୁମାର ମାଇକେଲ କହିଥିଲେ।
ରହୁଥିବା ବାଲଥାଜାର୍ଡ ନେପୋଲିଅନ୍‌ ଚତୁର୍ଥ ଡେ ବୋର୍ବନ ନିଜକୁ ଫ୍ରାନ୍ସର ଉତ୍ତରାଧିକାରୀ ବା ରାଜା ବୋଲି ଦାବି କରିଆସୁଛନ୍ତି। ୧୯୫୮ ଜୁଲାଇରେ ଜନ୍ମିତ ବୋର୍ବନ ଜଣେ ଆଇନଜୀବୀ। ନିଜ ବଂଶ ସମ୍ପର୍କରେ ପୂର୍ବଜମାନଙ୍କଠୁ ଶୁଣିଥିବା କାହାଣୀ ଅନୁସାରେ ସେ ଫ୍ରାନ୍ସ ରାଜପରିବାରର ବୋଲି ଜାଣିଥିଲେ।

Share