Categories: ଫୁରସତ

୨୫ ସେକେଣ୍ଡରେ ୭୫ ପାହାଚ ଓହ୍ଲାଇଲେ ହାତରେ

କାଠମାଣ୍ଡୁ: ନିକଟରେ ଜଣେ ନେପାଳୀ ସୈନିକ ହରିଚନ୍ଦ୍ର ଗିରି(୨୯) ହାତ ସାହାଯ୍ୟରେ ଶିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ କରିଛନ୍ତି। ନେପାଳର କାଠମାଣ୍ଡୁ ଗଁାର ଏକ ବୁଦ୍ଧ ମନ୍ଦିର ଜମଚେନ୍‌ ଭିଜୟ ସ୍ତୂପର ପାହାଚରେ ସେ ଏପରି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ସେ ୨୫.୩ ସେକେଣ୍ଡରେ ମନ୍ଦିରର ୭୫ଟି ପାହାଚ ଓହ୍ଲାଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକାର ମାର୍କ କେନି ୩୦.୮ ସେକେଣ୍ଡରେ ପାହାଚ ଓହ୍ଲାଇ ଏହି ରେକର୍ଡ ନିଜ ନାମରେ କରିଥିଲେ। ହରିଚନ୍ଦ୍ର ଓଲଟା ହାତରେ ପାହାଚ ଓହ୍ଲାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ହରିଚନ୍ଦ୍ରଙ୍କ ଭଳି ଏହି ବିପଦପୂର୍ଣ୍ଣ କାର୍ଯ୍ୟ କେହି ନ କରିବାକୁ ଗିନିଜ୍‌ ବୁକ୍‌ ଅଫ ୱାଲର୍‌ଡ ରେକର୍ଡ ପକ୍ଷରୁ ବାରଣ କରାଯାଇଛି।

Share