Categories: ଖେଳ

୨୦୨୬ ଯାଏ ବଢ଼ିଲା ଡେଶ୍ଚାମ୍ପଙ୍କ କାର୍ଯ୍ୟକାଳ

ପ୍ୟାରିସ୍‌,୮ା୧: ଫ୍ରାନ୍ସ ଜାତୀୟ ଫୁଟବଲ ଦଳର ମୁଖ୍ୟ କୋଚ ରହିଥିବା ଡିଡିଏର ଡେଶ୍ଚାମ୍ପଙ୍କ କାର୍ଯ୍ୟକାଳ ଶନିବାର ବୃଦ୍ଧି କରାଯାଇଛି। ଆସନ୍ତା ବିଶ୍ୱକପ୍‌ ଯାଏ ଡେଶ୍ଚାମ୍ପଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ନେଇ ଫ୍ରେଞ୍ଚ ଫୁଟବଲ ଫେଡେରେଶନ ପକ୍ଷରୁ କୁହାଯାଇଛି। ୧୯୯୮ରେ ବିଶ୍ୱକପ୍‌ ବିଜୟୀ ଫ୍ରାନ୍ସ ଦଳର ସେ ଅଧିନାୟକ ରହିଥିବା ବେଳେ ୨୦୧୨ ପରଠାରୁ ସେ ଫ୍ରାନ୍ସ ଜାତୀୟ ଦଳର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ରେ ଫ୍ରାନ୍ସ ଦଳ କ୍ରୋଏସିଆକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ଚଳିତ ସଂସ୍କରଣରେ ଆର୍ଜେଣ୍ଟିନା ନିକଟରୁ ହାରି ଦଳ ରନର୍ସଅପ୍‌ ରହିଥିଲା। ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଡେଶ୍ଚାମ୍ପଙ୍କ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ ୩-୩ରେ ରହିବା ପରେ ପେନାଲ୍ଟି ଶୁଟଆଉଟରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା।

Share